ପାରାଦୀପ : ଓଏସଏଲ ଡ୍ରାଇଭର, ଲୋଡରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ: ଆନ୍ଦୋଳନ କରୁଥିବା ଶ୍ରମିକମାନଙ୍କ ନେତାଙ୍କ ଅନ୍ୟତ୍ର ବଦଳି କରିବା ଓ କେତେ ଜଣଙ୍କୁ ଚାକିରରୁ ବହିଷ୍କାର କରାଯିବା ପ୍ରତିବାଦରେ ଆଜି ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସଏଲ)ର ଡ୍ରାଇଭର ଓ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହା ଯାଗୁଁ ପାରାଦୀପ ବନ୍ଦରରେ ମାଲ ପରିବହନ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ ଯେ ଦିନକୁ ୮ ଘଣ୍ଟା ଡ୍ୟୁଟି ଦାବି କରି ଓଏସଏଲର ଡ୍ରାଇଭର ଓ ଲୋଡରମାନେ ଆନ୍ଦୋଳନ କରିଥିଲେ। ତେବେ ଯେଉଁମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ ସେମାନଙ୍କ ବିରୋଧରେ ଓଏଓଏଲ ପକ୍ଷରୁ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହି ଡ୍ରାଇଭର ଓ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।

ସମ୍ବନ୍ଧିତ ଖବର