ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀ ଏଫସିଆଇ ସମ୍ମୁଖରେ ସୋମବାର ଜାତୀୟ ରାଜପଥ ଉପରେ ଏକ ଭ୍ୟାନ୍‌ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ମୃତ ମହିଳାଙ୍କ ଶବ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା ବେଳେ ଭ୍ୟାନ୍‌ ଚାଳକକୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଉମୁରୀ ଏଫସିଆଇ ସମ୍ମୁଖରେ ଜାତୀୟ ରାଜପଥ ଉପରେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଗୋଟିଏ ଇକୋ ଭ୍ୟାନ ଧକ୍କାରେ ଜଣେ ବାଇକ ଚାଳକ ପରଜା କେବିଡି ଗାଁର କମଲୋଚନ ଜାନୀ (୨୭) ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କ ମାଁ ଭାଲୁ ମୁଣ୍ଡି ଜାନୀଙ୍କର ମୃତ୍ୟୁ ହୋଇଥିଲା।

Advertisment

ଜୟପୁର ବ୍ଲକର କେବିଡି ପଞ୍ଚାୟତର ପରଜାକେବିଡି ଗାଁରେ ଅଙ୍ଗନୱାଡୀ ‌ହେଲପର ଭାବେ କାମ କରୁଥିବା ଭାଲୁ ମୁଣ୍ଡି ଜାନୀ ନିଜ ପୁଅ କମଳଙ୍କୁ ସାଙ୍ଗରେ ନେଇ ଜୟପୁର ଆସିଥିଲେ। ଏମାନେ ବାଇକରେ ଘରକୁ ଫେରୁଥିବା ବେଳେ ଗୋଟିଏ ଭ୍ୟାନ ବାଇକକୁ ଧକ୍କା ଦେଇଥିଲା। ଧକ୍କାରେ ଉଭୟ ଦୁରକୁ ଛିଟକି ପଡ଼ିଥିଲେ। ଗୁରୁତର ଆହତ ବୃଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିବା ବେଳକୁ ବାଟରେ ହିଁ ପ୍ରାଣବାୟୁ ଚାଳି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଗୁରୁତର ଅବସ୍ଥାରେ କମଳ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ‌ତାଙ୍କ ଅବସ୍ଥା ସ୍ଥିର ରହିଛି। ଶବ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ। ଏକ ମାମଲା ରୁଜୁ କରି ଭ୍ୟାନର ଚାଳକ ସ୍ଥାନୀୟ ଜଳସେଚନ ବସତି କଲୋନୀର କେ. ଶିବଶଙ୍କର ପାତ୍ରଙ୍କୁ ପୁଲିସ ଗିରଫ କରିବା ସହ ଭ୍ୟାନକୁ ଜବତ କରିଛି। ଆଜି ମଙ୍ଗବଳାର ଚାଳକ ଶିବଶଙ୍କରଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।