ରା ଉଦୟଗିରି:ଖାଲି ବିଅର ବୋତଲ ନେଇ ଖୋର୍ଦ୍ଧା ଯାଉଥିବା ଏକ ମିନି ଟ୍ରକ ରା. ଉଦୟଗିରି ଥାନା ଠାରୁ ସାତ କିଲୋମିଟର ଦୂର ଚମ୍ପା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଆଜି ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଡ୍ରାଇଭର ବାବାଜି ଓ ହେଲ୍ପର ରମାକାନ୍ତ ପାତ୍ର ସାମାନ୍ୟ ଆହତ ହୋଇଛନ୍ତି |
ତେବେ ଗାଡି ଭିତରେ ଡ୍ରାଇଭର ଫସି ରହିଥିବାରୁ ଦୁର୍ଘଟଣାର ଚାରି ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଦ୍ଧାର କରାଯାଇପାରିନି | ଦମକଳ ବାହିନୀ, ଥାନାଅଧିକାରୀ, ତହସିଲଦାର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident-1.jpg)