ଅପହରଣରୁ ମୁକ୍ତ ହେବା ପରେ ଚାଳକ ବଖାଣିଲେ କିପରି ହୋଇଥିଲା ଭ୍ୟାନରୁ ୨୩ଲକ୍ଷ ଟଙ୍କାର ଲୁଟ

ଗଞ୍ଜାମ:  ଗତକାଲି ବ୍ରହ୍ମପୁର ସହର ବଡ଼ବଜାର ଥାନା ଅଂଚଳରେ ଏକ ବଡ଼ ଧରଣର ଲୁଟ ଘଟଣା ଘଟିଥିଲା । ଗାଡିକୁ ଅପହରଣ କରିବା ପରେ ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ କରି ନେଇଥିଲେ ଅପହରଣକାରୀ । ତେବେ ବ୍ରହ୍ମପୁରରେ ଟଙ୍କା ଭର୍ତ୍ତି ଭ୍ୟାନରୁ କେମିତି ହୋଇଥିଲା ୨୪ଲକ୍ଷ ଟଙ୍କାର ଲୁଟ ବଖାଣିଛନ୍ତି ଚାଳକ।

ଚାଳକ କହିଛନ୍ତି , ଗତକାଲି ଦିନ ୧୨ଟା ବେଳେ ଆସ୍କା ରୋଡରେ ଥିବା ଏକ ଘରୋଇ ବ୍ୟାଙ୍କ ଏଟିଏମକୁ ଭ୍ୟାନ ନେଇ ଯାଇଥିଲେ । ଏହି ସମୟରେ ଦୁଇଜଣ ବନ୍ଧୁକଧାରୀ ହଠାତ ଭ୍ୟାନ ଭିତରକୁ ପଶି ଆସିଥିଲେ । ଆଉ କିଛି ବାଟ ଯିବା ପରେ ମୋତେ ଗାଡ଼ିରୁ ହଟାଇ ନିଜେ ଗାଡି ଚଳାଇ ଆନ୍ଧ୍ର ସୀମାନ୍ତ ଗିରିସୋଲା ଗେଟ୍ ଯାଏଁ ଯାଇଥିଲେ।

ଜିପିଏସ୍ ଟ୍ରାକିଂ ପରେ ସଂପୃକ୍ତ ଭ୍ୟାନ ଗିରିସୋଲା ଗେଟ୍ ନିକଟରେ ଅଟକି ଯାଇଥିଲା । ଏହା ପରେ ଟଙ୍କା ଧରି ମୋତେ ସେଠାରେ ଛାଡିଦେଇ ଅନ୍ୟ ଏକ ଗାଡିରେ ଫେରାର ହୋଇଯାଇଥିଲେ ଅପହରଣକାରୀ । ତେବେ ପୁଲିସ ଏ ଘଟଣା ନେଇ କୌଣସି ପ୍ରମାଣ ପାଇ ନାହିଁ । ଭ୍ୟାନ ଭିତରେ ସିସିଟିଭି ଲାଗିଥିବାରୁ ଏହା ପ୍ରମାଣ ଯୋଗାଡରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ବୋଲି ଆଶା କରାଯାଉଛି ।

 

ସମ୍ବନ୍ଧିତ ଖବର