ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ଡିଆର୍ଏମ୍ର ବିଜୟ କୁମାର ସାହୁ ରାଉରକେଲା ଷ୍ଟେସନ ପରିଦର୍ଶନ କରିଛନ୍ତି। ବିଭାଗୀୟ ଅଧିକାରୀ, ରେଳବାଇ ପୁଲିସ ଅଧିକାରୀଙ୍କ ସହ ଷ୍ଟେସନର ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଡିଆର୍ଏମ୍ ଶ୍ରୀ ସାହୁ ପ୍ରଥମେ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମ ବୁଲି ଥିଲେ। ମହିଳା ଶିଶୁ ଡେକ୍ସ, ଯାତ୍ରୀଙ୍କ ସୁବିଧା, ପରିମଳ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଆର୍ଏମ୍ ଶ୍ରୀ ସାହୁ ରେଳବାଇ ଥାନା ଅଧିକାରୀ, ଆର୍ପିଏଫ୍ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ପାଇଁ କେଉଁ କେଉଁ ଦିଗକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି, ସେ ସଂକ୍ରାନ୍ତରେ ଉଭୟ ଆର୍ପିଏଫ୍ ଓ ରେଳବାଇ ଥାନା ଅଧିକାରୀଙ୍କୁ କହିଥିଲେ। ଟ୍ରେନ୍ ଯାତ୍ରା ପୂର୍ବରୁ କୋଭିଡ୍ କଟକଣାକୁ ଠିକ୍ ଭାବେ ପାଳନ ହେଉଛି କି ନାହିଁ ପ୍ଲାଟଫର୍ମରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିଥିଲେ। ଦିବ୍ୟାଙ୍କ, ବୃଦ୍ଧବୃଦ୍ଧା, ରୋଗୀଙ୍କ ପାଇଁ ବ୍ୟବହୃ୍ତ ହେଉଥିବା ଏକ୍ସାଲେଟର କାର୍ଯ୍ୟକ୍ଷମ ହେଉଛି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ଡିଆର୍ଏମ୍ଙ୍କ ସହ ବନ୍ଧମୁଣ୍ଡା ଏଆର୍ଏମ୍, ଷ୍ଟେସନ ମାଷ୍ଟର, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।