ରାୟଗଡା: ଆଜି ମଙ୍ଗଳବାର ରାୟଗଡ ଗସ୍ତରେ ରେଳ ବିଭାଗର ଡିଆରଏମ ଅନୁପ ଶତପଥୀ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ। ଆଜି ମଙ୍ଗଳବାର ଗୁଣୁପୁର-ନୁଆପଡା-ବିଜୟନଗରମ-ରାୟଗଡା ସେକ୍ସନକୁ ମଧ୍ୟ ତଦାରଖ କରିଥିଲେ। ବର୍ଷାଦିନେ କିପରି ଏହି ସେକ୍ସନରେ ସୁରକ୍ଷା ରହିଛି ତାହାର ମଧ୍ୟ ତଦାରଖ କରିଥିଲେ। ରାୟଗଡା ରଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ଗୁଣୁପୁର ଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆନ୍ଧ୍ର ଓଡିଶା ରେଳ ଚଳାଚଳର ଆବାହକ ଜିଏନ ପଣ୍ଡା, ସ୍ଥାନୀୟ ସାମ୍ବାଦିକ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ଶ୍ରୀ ଶତପଥୀଙ୍କୁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଗୁଣପୁର ରେଳ ଷ୍ଟେସନରେ ଆବଶ୍ୟକ ପଡୁଥିବା ବିଭିନ୍ନ ଜିନିଷ ଉପରେ ଆଲୋକପାତ କରିବା ସହ ଏହି ଅଞ୍ଚଳ ପାଇଁ ତାଙ୍କର ସହଯୋଗକୁ ପ୍ରଶଂସା କରିଥିଲେ। ପରେ ସେ ନୂଆପଡା, ପାରଳାଖେମୁଡି ସହ ବିଜୟନଗର ଏବଂ ରାୟଗଡାର ରେଳ ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ରାୟଗଡା ରେଳ ଷ୍ଟେସନ ନିକଟରେ ଏକ ଶିଶୁ ଉଦ୍ୟାନକୁ ଉଦଘାଟନ କରିଥିଲେ।
/sambad/media/post_attachments/wp-content/uploads/2023/07/Rgda-Rail-DRM-at-rayagada-2.jpg)
ସେହିପରି ରାୟଗଡାର ସାମ୍ବାଦିକ ସଂଘ, ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ଡିଆରଏମ ଶ୍ରୀ ଶତପଥୀଙ୍କୁ ଭେଟି ବହୁ ସମସ୍ୟାର ସମାଧାନ ନେଇ ଅବଗତ କରାଇବା ସହ ବିଭିନ୍ନ ସନ୍ଦେହକୁ ମଧ୍ୟ ଦୁର କରିଥିଲେ। ରାୟଗଡା ରେଳ ଷ୍ଟେସନକୁ ଆଧୁନିକ କରଣ କରିବା ଏବଂ ଏହି ଅଞ୍ଚଳର ଉନ୍ନତି ପାଇଁ ତାଂକର ଅବଦାନକୁ ଭୁଲି ହେବ ନାହିଁ ବୋଲି ଲୋକେ କହିଥିଲେ।ଡିଆରଏମଙ୍କର ବଦଳି ହୋଇଯାଇଥିବା ଜଣାପଡିଛି। ଡିଆରଏମ ମଧ୍ୟ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ଜନସାଧାରଣଙ୍କ ସହଯୋଗରେ ବିଶାଖାପାଟଣମ୍ ଡିଭିଜନର ସମସ୍ତ ଅଞ୍ଚଳରେ ସେ ବିକାଶ କାର୍ଯ୍ୟକୁ ଅଧିକା ଗୁରୁତ୍ବ ଦେବା ସହ କାମ କରି ପାରିଥିଲେ।