ରାୟଗଡା: ରେଳ ବିଭାଗର ଡିଆରଏମ ଅୁର ତୁମାକ ଶତପଥୀ ଆଜି ଅପରାହ୍ନରେ ରାୟଗଡା ଗସ୍ତ କରିଥିଲେ। ସେ ପ୍ରଥମେ ରାୟଗଡା ରେଳ ବିଭାଗର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ। ପରେ ସେ ରେଳ ବିଭାଗର ନୂତନ କୋଠାଗୃହ ନିର୍ମାଣ କାର୍ଯ୍ୟରତ ତଦାରଖ କରିଥିଲେ। ତୁରନ୍ତ କାର୍ଯ୍ୟ ସମାପନ ପାଇଁ ନିର୍ଦେଶ ଦେବା ସହ ଏହି କୋଠା ଘର ନିର୍ମାଣର ବିଭିନ୍ନ ବିଷୟରେ ଆଲୋଚନା କରି ଫେରି ଯାଇଥିଲେ।ଆସନ୍ତାକାଲି ପୁଣି ଡିଆରଏମ ଶ୍ରୀ ଶତପଥି ରେଳ ବିଭାଗର ଜିଏମ ମନୋଜ ଶର୍ମା ସହ ରାୟଗଡା ଗସ୍ତ କରିବେ।
ତେବେ ଏହିଗସ୍ତ କିନ୍ତୁ କୋରାପୁଟ ଠାରୁ ରାୟଗଡା ମଧ୍ୟରେ ଥିବା ଟ୍ରାକଗୁଡିକର ତଦାରଖ କରିବେ। ଦୁଇ ଅଧିକାରୀ ସମସ୍ତ ଟ୍ରାକର ତଦାରଖ କରି ରାୟଗଡାରେ ପହଞ୍ଚିବେ। କୌଣସି ସ୍ଥାନରେ ଯଦି କିଛି କାମ ବାକି ଥିବ ସେନେଇ ମରାମତି ସହ ଅନ୍ୟ ଉନ୍ନତି କରଣ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି।