ବଡ଼ବିଲ: ମୟୂରଭଞ୍ଜ ଜିଲ୍ଲା  ବଡ଼ବିଲ ଥାନା ସେରେଣ୍ଡାସ୍ଥିତ ତାରିଣୀ ମନ୍ଦିର ପରିସରରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏକ ଡ୍ରୋନ୍ ହଠାତ୍ ଖସି ପଡ଼ିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବଣର ଦେଖାଦେଇଥିଲା।

Advertisment

ହଠାତ ଡ୍ରୋନ ଖସିବା ଦେଖି  ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବଡ଼ବିଲ-ଭଦ୍ରାସାହି ରାସ୍ତା ଦେଇ ଏକ ଘରୋଇ କମ୍ପାନି ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ଏହି ଡ୍ରୋନ୍ ନିୟୋଜିତ କରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡ୍ରୋନ୍‌ଟି ଖସି ପଡ଼ିଥିବା ଶୁଣିବାକୁ ମିଳୁଛି। ଖବର ପାଇ ବଡ଼ବିଲ ପୁଲିସ ଡ୍ରୋନ୍‌ ଜବତ କରିଛି। ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।