ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ଚୋରିର ଡ୍ରୋନ ସର୍ଭେ ଆରମ୍ଭ ହୋଇଯାଇଛି। ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଏନଫର୍ସମେଣ୍ଟ ଦ୍ବାରା ଏହି ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ସୂଚନା ରହିଛି।
ତେବେ କେତେ ପରିମାଣର ଖଣି ଲୁଟ୍ ହୋଇଛି; ତାହାର ଆକଳନ କରିବା ପାଇଁ ଡ୍ରୋନ ସାହାଯ୍ୟରେ ସର୍ଭେ ଆରମ୍ଭ କରିଛି ଟିମ୍। ଗତକାଲି ଟିମ୍ ଚାଲି ଚାଲି ତଦନ୍ତ କରିଥିଲେ ।
ଏକ ୯ ଜଣିଆ ସ୍ବତନ୍ତ୍ର ଟିମରେ ଦୁଇ ଖଣି ଉପ ନିର୍ଦ୍ଦେଶକ, ଜଣେ ଭୂତତ୍ତ୍ବ ଉପ ନିର୍ଦ୍ଦେଶକ, ଜଣେ ମାଇନିଂ ଅଧିକାରୀ ଏବଂ ୫ ପୁଲିସ କର୍ମଚାରୀ ସାମିଲ ରହିଛନ୍ତି। ରାଜସ୍ବ ଏବଂ ବନ ବିଭାଗ ସହଯୋଗରେ ଚାଲିଛି ତନାଘନା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/12/leSFCFrDen96YQTVj7H2.jpg)