କୋଏଲ୍‌ ନଦୀରେ ବୁଡ଼ିଗଲେ ମାମୁ ଓ ଭଣଜା

ରାଉରକେଲା: ଜରେଇକେଲାସ୍ଥିତ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା କୋଲକତା ପାର୍କ ସର୍କସ ସହରର ଦୁଇଜଣ ଯୁବକ କୋଏଲ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି।

ମଙ୍ଗଳବାର ଅପରାହ୍ନ ଗୋଟାଏ ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।  ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକତାର ପାର୍କ ସର୍କସ ସହରର ବାସିନ୍ଦା ସିକନ୍ଦର ଶେଖ (୨୮) ଏବଂ ଇରଫାନ୍‌ ଶେଖ (୧୯) ଦୁଇ ଦିନ ପୂର୍ବେ ଜରେଇକେଲା ସ୍ଥିତ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ଆସିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏବେଳେ ଉଭୟ ଯୁବକ ଜରେଇକେଲା ସ୍ଥିତ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ।

ଗାଧୋଇବା ସମୟରେ ନଦୀର ଗଭୀର ଜଳରେ ବୁଡ଼ିଯିବା ସହ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଉଭୟ ମୃତ ଯୁବକ ସଂପର୍କରେ ମାମୁ ଭଣଜା ବୋଲି ଜଣାପଡ଼ିଛି। ନଦୀରେ ଗାଧୋଉଥିବାବେଳେ ଉଭୟ ଯୁବକଙ୍କୁ ପାଣିରେ ବୁଡ଼ି ଯିବା ଦେଖି ସ୍ଥାନୀୟ ଲୋକେ ଜରେଇକେଲା ପୁଲିସ ଷ୍ଟେସନକୁ ଖବର ଦେଇଥିଲେ। ଏହା ପରେ ବିଶ୍ରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ସଂଘର୍ଷ ପରେ ଉଭୟଙ୍କ ମୃତଦେହକୁ ପ୍ରାୟ ୨୫ରୁ ୩୦ଫୁଟ ତଳୁ ଉଦ୍ଧାର କରିଥିଲେ। ମୃତ ଯୁବକଙ୍କ ମୃତଦେହକୁ ବିଶ୍ରା ସରକାରୀ ଡାକ୍ତରଖାନା ମର୍ଗରେ ରଖାଯାଇଛି। ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳି

ସମ୍ବନ୍ଧିତ ଖବର