ପୋଖରୀରେ ବୁଡି ନାବାଳିକା ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଓଡିଶୋ ପଞ୍ଚାୟତ ଅଟିରାକୁସନପୁର ଗ୍ରାମରେ ପୋଖରୀରେ ଗାଧୋଉ ଥିବା ସମୟରେ ବୁଡି ଯାଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଗ୍ରାମର ରମେଶ ସାମଲଙ୍କ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଝିଅ ସୁମିତ୍ରା ସାମଲ (୧୧) ଘର ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥି‌ଲେ। ତେବେ ଦୈନିକ ସେ ପୋଖରୀରେ ଗାଧୋଉଥିବା ବେଳେ ଆଜି ମଧ୍ୟାହ୍ନରେ ହଠାତ୍ ପାଣି ଭିତରେ ବୁଡି ଯାଇଥିଲେ। ତାଙ୍କୁ ଉପସ୍ଥିତ ଲୋକ ଉଦ୍ଧାର କରି ପ୍ରଥମେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ପରିବାରର କୁନି ଝିଅକୁ ହରାଇ ପୁରା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର