ପାଣିରେ ବୁଡ଼ି ଦୁଇ ନାବାଳିକା ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଭାସ୍କେଲ ନଦୀରେ ବୁଡ଼ି କୋଷାଗୁମୁଡ଼ା ବ୍ଲକର ରୁନିଗୁଡ଼ା ଗ୍ରାମର ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ନାବାଳିକାଙ୍କ ନାମ ଜୟମଣି ଓ ହେମବତୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ରୁନିଗୁଡ଼ା ଗ୍ରାମର ସମଦୁପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ ଝିଅ ଆଖୁ ପେଡ଼ିିବା ପାଖକୁ ଯିବାକୁ କହି ଘରରୁ ବାହାରିଥିଲେ। ଆଖୁପେଡା ପାଖରେ କିଛି ସମୟ ରହିବା ପରେ ଘରକୁ ଯିବାକୁ କହି ଆଖୁ ବାଡ଼ରୁ ଛଅ ବର୍ଷୀୟ ଜୟମଣି ଓ ସାତ ବର୍ଷୀୟ ହେମବତୀ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ହୋଇଥିଲେ ହେଁ ଦୁହେଁ ଘରକୁ ଫେରି ନଥିଲେ। ଦୁହିଁଙ୍କୁ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସମୟରେ ସେମାନଙ୍କ ମୃତଦେହ ଗ୍ରାମ ନିକଟସ୍ଥ ଭାସ୍କେଲ ନଦୀରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ପରିବାରଲୋକଙ୍କୁ ଖବର ଦେଇଥିଲେ।

YouTube

ମୃତ ଜୟମଣି ଓ ହେମବତୀଙ୍କ ପରିବାର କୋଶାଗୁମୁଡ଼ା ଥାନାରେ ଏନେଇ ଏତଲା ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ନଦୀରୁ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦୁଇଜଣ ନାବାଳିକା ଆଖୁ ବାଡରୁ ଘରକୁ ନ ଯାଇ ନିକଟସ୍ଥ ଭାସ୍କେଲ ନଦୀକୁ ଯାଇଥିବା ଓ ସେଇଠି ଗାଧୋଉ ଥିବା ସମୟରେ କୌଣସି କାରଣରୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପ୍ରକୃତ ଘଟଣା କ’ଣ ସେନେଇ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର