ପରସ୍ପର ସହ ଝଗଡା ଲାଗି ବାଇକ ପୋଡିଲେ ନିଶା ବେପାରୀ

ଯାଜପୁର: ନିଶା ବେପାରକୁ ନେଇ ଉତ୍ତେଜନା | ଆଉ ଉତ୍ତେଜନାରୁ ବାଇକ ପୋଡି | ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆଦମପୁରଠାରେ ନିଶା ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ଗୋଟିଏ ପକ୍ଷର ନିଶା ବେପାରୀ ଅନ୍ୟପକ୍ଷର ଜଣେ ନିଶା ବେପାରୀଙ୍କ ଗାଡି ପୋଡି ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଅଂଚଳର କିଛି ଯୁବକ ଗାଁ ନଦୀ ପଠାରେ ଦୀର୍ଘ ଦିନରୁ ଧଳା ଜହର ବେପାର କରି ଆସୁଥିଲେ। ତେବେ ଅନ୍ୟ ଏକ ଅଂଚଳରୁ ଆସୁଥିଵା ଜଣେ ନିଶାଡି ବିଶ୍ବରଂଜନ ମିଶ୍ରଙ୍କ ଗାଡିକୁ ନିଶାଡି ରାକେଶ ବେହେରା ନିଆଁ ଲଗାଇ ଦେଇଥିଲେ। ପରେ ରାକେଶ ଫେରାର ହୋଇଯାଇଥିଲେ।

ଖବର ପାଇ ଗ‍ାଁ ଲୋକ ପହଂଚିବାବେଳକୁ ଗାଡିଟି ଜଳିଯାଇଥିଲା। ତେବେ ଖୋଲାଖୋଲି ନିଶା ବେପାରକୁ ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ସମ୍ବନ୍ଧିତ ଖବର