ଭଦ୍ରକ: ଭଦ୍ରକରେ ଦୀର୍ଘଦିନ ପରେ ପୁଣି ଥରେ ବ୍ରାଉନସୁଗାର ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ | ସେମାନଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି | ଯାହାର ଆନୁମାନିକ ମୂଲ୍ୟ ୩.୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି |
ଅଭିଯୁକ୍ତଙ୍କ ଘର ଯାଜପୁର ବୋଲି ଜଣାପଡିଛି | ଗତକାଲି ରାତିରେ ଚରମ୍ପା ରାହାଞ୍ଜ ଛକରେ ଚେକିଙ୍ଗ ବେଳେ ସେମାନଙ୍କୁ ଗ୍ରାମାଞ୍ଚଳ ପୁଲିସ କାବୁ କରିଥିଲା | ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ ଓ ମୋବାଇଲ ମଧ୍ୟ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରକାଶ କରିଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/f67bfe7f-06bb-40a1-99ae-17b4eb8990ca.jpg)