ମଦ ନିଶା ହେଲା କାଳ ; ତଣ୍ଟି ରେ ଖୁଣ୍ଟ ପଶି ଜଣେ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ଟାନୱଟ ଦେଶୀ ମଦ ଭାଟି ପାଖରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଦିନ ୧୧ଟା ବେଳେ ମାତାଲ ଅବସ୍ଥାରେ ଜଣେ ବ୍ୟକ୍ତି ତଳେ ଖସିପଡ଼ିବାରୁ ସେଠାରେ ପୋତାହୋଇଥିବା ଏକ ମୁନିଆ ଖୁଣ୍ଟି ତା ତଣ୍ଟିରେ ଗଳିଯାଇଥିଲା ।  ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ମଧ୍ୟ ଖୁଣ୍ଟିକୁ ବାହାର କରିପାରି ନଥିଲେ ।

ଅଗ୍ନିଶମ ବିଭାଗକୁ ଖବର ଦେବାପରେ ନୂଆପଡ଼ା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ନୂଆପଡା ଆଣିଥିଲେ । ଭାଟି ପାଖରେ ପୋତା ଯାଇଥିବା ଏକ ଛୋଟ ମୁନିଆ ଖୁଣ୍ଟରେ ମାତାଲ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ପଡିଯାଇଥିବାବେଳେ ଖୁଣ୍ଟଟି ତଣ୍ଟି ପଟୁ ପଶି ପାଟି ପଟେ ବାହାରି ପଡିଛି । ନୂଆପଡା ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ସେହି ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମଧ୍ୟ ବ୍ୟକ୍ତି ଜଣଙ୍କ ତଣ୍ଟି ଭିତରେ ଖୁଣ୍ଟ ପଶି ପାଟି ଆଡେ ବାହାରି କି ଅଛି । ଗୁରୁତର ବ୍ୟକ୍ତି ଜଣକ ସ୍ଥାନୀୟ ମହୁଆଭଟା ଗ୍ରାମର ବିଶାଲ ବାଗ ବୋଲି ଜଣା ପଡିଛି । ମଦ ନିଶାରେ ଏଭଳି ହୋଇଥିବା ତାଙ୍କ ଭାଇ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର