ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅଞ୍ଚଳ ନକଲି ଜର୍ଦ୍ଦାର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଆଜି ପୁଣି ପୁଲିସ ନକଲି ଜର୍ଦ୍ଦା ରାକେଟକୁ ଠାବ କରିଛି। ଭଦ୍ରକରୁ ଯାଜପୁର ଜିଲ୍ଲାକୁ ଏକ ଅଟୋରେ ନକଲି ଜର୍ଦ୍ଦା ନେଇ ଯାଉଥିବା ବେଳେ ପୁରୁଣାବଜାର ପୁଲିସ କୌଣସି ସୂତ୍ରରୁ ଖବର ପାଇ ନକଲି ଜର୍ଦ୍ଦା ଚାଲାଣକାରୀଙ୍କ ଉପରେ ଚଢଉ କରିଛି। ଚଢଉ ବେଳେ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦାକୁ ପୁଲିସ ଜବତ କରିଥିବା ବେଳେ ଜବତ ଜର୍ଦ୍ଦାର ଦାମ ପ୍ରାୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନକଲି ଜର୍ଦ୍ଦା ଚାଲାଣ ରାକେର୍ଟରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ଗରିଫ କରିବା ସହ ତାଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।
/sambad/media/post_attachments/wp-content/uploads/2021/09/IMG_20210907_175036.jpg)