ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଠାରେ ଆଜି ସକାଳ ସାଢ଼େ ୮ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଥିଲା। ମହିଳା ଜଣଙ୍କ ନାଲଗୁଣ୍ଡା ଗାଁ ଅକ୍ଷୟ ନାୟକଙ୍କ ପତ୍ନୀ ଅନସୂୟା ନାୟକ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଡମ୍ପର( ଗାଡ଼ି ନମ୍ବର- ଓଡି-୨୨ ବି ୮୩୧୩) ଧକ୍କାରେ ଅନସୂୟା ନାୟକଙ୍କ ଅଣ୍ଟା ହାଡ଼ ଭାଙ୍ଗିଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହିତ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଡମ୍ପର ଚାଳକଙ୍କୁ ଅଟକ ରଖି ପୁଲିସରେ ଖବର ଦେଇଥିଲେ। ତେବେ ସଡ଼କ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଭଦ୍ରକ - ଚାନ୍ଦବାଲି ମୁଖ୍ୟ ରାସ୍ତା ଉପରେ ଟାୟାର ଜାଲି ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଁଚିଛି । ପୁଲିସ ପହଁଚିବା ପରେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ସହିତ ମୁହାଁ ମୁହିଁ ହୋଇଥିଲେ।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-13-at-11.31.02-300x225.jpeg)
ଗତକାଲି ବିଳମ୍ବିତ ରାତ୍ରିରେ ପୁଲିସ ପକ୍ଷରୁ ନାଲଗୁଣ୍ଡା ଛକ ରାସ୍ତା ଉପରେ ଲୋକଙ୍କ ସୁରକ୍ଷା ପାଇଁ ଥିବା ହମ୍ଫସ୍ ଉଠାଇ ଦିଆଯାଇଥିବା ବେଳେ ଆଜି ସକାଳୁ ଏକ ଦ୍ରୃତ ଗାମୀ ଡମ୍ପର ଧକ୍କାରେ ଜଣେ ମହିଳା ଅନସୂୟା ନାୟକ ଗୁରୁତର ଭାବରେ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WhatsApp-Image-2020-07-13-at-11.30.53.jpeg)