ଜଗତସିଂହପୁର ଟାଉନ୍: ସମ୍ବଲପୁରରେ ଧରା ପଡିଛନ୍ତି ଜାଲ୍ ସାର୍ଟିଫିକେଟ ଦେଇଥିବା ବାଲିକୁଦାର ଯୁବକ। ଡାକ କର୍ମଚାରୀ ପଦ ପାଇଁ ଆବେଦନ କରିଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଓଷକଣା ଅଣିଅଙ୍କ ଅଞ୍ଚଳର ଜ୍ୟୋତିକାନ୍ତ ମହାନ୍ତିଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ ଏବେ ଏହି ଜାଲ୍ ସାର୍ଟିଫିକେଟ୍ ରୢାକେଟ୍ ଜଗତସିଂହପୁ ଜିଲ୍ଲାକୁ ବ୍ୟାପିଥିବା ସ୍ପଷ୍ଟ ହୋଇଛି। ଜ୍ୟୋତିକାନ୍ତ ସମ୍ବଲପୁର ମୁଖ୍ୟ ଡାକଘରେ ଡାକ କର୍ମଚାରୀ ପଦ ପାଇଁ ଆବେଦନ କରିଥିବା ବେଳେ ଗତ ମାର୍ଚ୍ଚ ୨୧ ତାରିଖରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ଯାଞ୍ଚରୁ ତାହା ଜାଲ୍ ବୋଲି ସନ୍ଦେହ ପରିସରକୁ ଆସିଥିଲା।
ନିକଟରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଅନ୍ତର୍ଗତ ଅଣଖିଆରେ ୭ ବର୍ଷ ଧରି ଚାକିରି କରୁଥିବା ଶିକ୍ଷୟିତ୍ରୀ ତେଲେଙ୍ଗାନାର ଏକ ବିଶ୍ବବିଦ୍ୟାଳୟର ବିଏଡ୍ ସାର୍ଟିଫିକେଟ୍ ଜାଲ କରି ଚାକିରି କରୁଥିବା ଜଣାପଡ଼ିବା ପରେ ବିରିଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଦାଖଲ ହୋଇଥିବା ଜାଲ୍ ସାର୍ଟିଫିକେଟ୍ ଅନୁସାରେ ଜ୍ୟୋତିକାନ୍ତଙ୍କ ଜନ୍ମ ତାରିଖ ହେଉଛି ୧୯୮୯ ଫେବ୍ରୁଆରି ୨୧ ତାରିଖ। ୨୦୦୫ ଜୁନ୍ ୨୪ ତାରିଖରେ ଉତ୍ତରପ୍ରଦେଶସ୍ଥିତ ବୋର୍ଡ ଅଫ୍ ହାଇସ୍କୁଲ ଓ ଇଣ୍ଟରମେଡିଏଟ୍ ଏଜୁକେସନରୁ ସେ ମାଟ୍ରିକ ପାସ୍ କରିଥିବା ଜଣାପଡ଼ିଛି। ନକଲି ସାର୍ଟିଫିକେଟର ପ୍ରଦତ୍ତ ନମ୍ବର ଅନୁସାରେ, ଜ୍ୟୋତିକାନ୍ତ ହିନ୍ଦୀରେ ୧୦୦ରୁ ୯୬, ଇଂରାଜୀରେ ୧୦୦ ରୁ ୯୪, ଗଣିତରେ ୧୦୦ରୁ ୯୭, ସାମାଜିକ ବିଜ୍ଞାନରେ ୧୦୦ରୁ ୯୬, ବିଜ୍ଞାନରେ ୧୦୦ରୁ ୯୩, ଓଡ଼ିଆରେ ୧୦୦ରୁ ୯୮ ରହିଛି। ଯାଞ୍ଚ ସମୟରେ ଏହି ନମ୍ବର ସନ୍ଦେହଘେରକୁ ଆସିଥିଲା। ଫଳରେ ମୁଖ୍ୟ ଡାକ ଅଧୀକ୍ଷକ ଏ ସଂପର୍କରେ ଏତଲା ଦେଇଥିଲେ।
ଅନ୍ୟ ଜାଲ୍ ସାର୍ଟିଫିକେଟ୍ ଭଳି ଏହି ସାର୍ଟିଫିକେଟ ଉତ୍ତରପ୍ରଦେଶର ହୋଇଥିବା ବେଳେ ଏ ନେଇ ସମ୍ବଲପୁର ଟାଉନ୍ ଥାନାରେ ମୁଖ୍ୟ ଡାକ ଅଧୀକ୍ଷକ ଏତଲା ଦେବାରୁ ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/FAKE-CERTIFICATE_6.jpg)