ରାୟଗଡା: ରାୟଗଡା ଜିଲ୍ଲାରେ ଖରିଫ ପଞ୍ଜୀକରଣ ସରିବା ପରେ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ସରିଛି। ଜିଲ୍ଲାରେ ମୋଟ ୨୨୬୮୩ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ୬୫୭ ଚାଷୀ ନକଲି ଚିହ୍ନଟ ହୋଇଛନ୍ତି। ନକଲି ଚାଷୀ ଚିହ୍ନଟ ପରେ ବର୍ତ୍ତମାନ ଜିଲ୍ଲାରେ ୨୨୦୨୬ ଜଣ ଚାଷୀ ରହିଥିବା ଜଣାପଡିଛି। ତେବେ ଦ୍ବିତୀୟ ପର୍ଯ୍ୟାୟ ସାଟେଲାଇଟ ଦ୍ବାରା ଯାଞ୍ଚ କରାଯିବ ବୋଲି ଜଣାପଡିଛି। ଏହି ଯାଞ୍ଚ ପରେ ନକଲି ଚାଷୀଙ୍କ ସଂଖ୍ୟା ଆହୁରି ବଢଇବ ବୋଲି କୁହାଯାଇଛି। ଜିଲ୍ଲାରେ ଧରାପଡିଥିବା ନକଲି ଚାଷୀ ମାନେ ନିଜ ନାମରେ ଅନ୍ୟର ଜମିକୁ ଦର୍ଶାଇଥିବା ଏବଂ ଭାଗ ଚାଷ କରୁଥିବା ନେଇ ଦର୍ଶାଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବିଷମକଟକ ଲ୍ୟାମ୍ପସରେ ୨୬୮୯ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୩୯ ଜଣ ଚାଷୀ ନକଲି ବାହାରିଛନ୍ତି।

Advertisment

ସେହିପରି ଚନ୍ଦ୍ରପୁର ଲ୍ୟାମ୍ପସରେ ୨୯୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୫ ଜଣ ନକଲି ଚାଷୀ। ଗୁଡାରି ବ୍ଲକରେ ୧୩୩୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୪୩ ଜଣ ଚାଷୀ ନକଲି ବାହାରିଛନ୍ତି। ଗୁଣୁପୁର ଲ୍ୟାମ୍ପସରେ ୩୦୨୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୮୪ ଜଣ ନକଲି ଚାଷୀ, କଲ୍ୟାଣସିଂହପୁର ଲ୍ୟାମ୍ପସରେ ୨୩୧୧ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୪୨ ଚାଷୀ ନକଲି, କାଶୀପୁର ବ୍ଲକରେ ୪୯୬ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୨୪ ଜଣ ନକଲି ଚାଷୀ, ଟିକିରି ଲ୍ୟାମ୍ପସରେ ୪୩୦ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ୭ ଜଣ ନକଲି, କୋଲନରା ବ୍ଲକରେ ୧୫୧୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୭୬ ଜଣ ନକଲି, ମୁନିଗୁଡା ଲ୍ୟାମ୍ପସରେ ୧୩୧୬ ଜଣ ଚାଷୀରୁ ୪୪ ନକଲି, ଆମ୍ବାଦୋଳା ଲ୍ୟାମ୍ପସରେ ୭୮୯ ଜଣ ଚାଷୀରୁ ୧୧ ଜଣ ନକଲି, ପଦ୍ମପୁର ଲ୍ୟାମ୍ପସରେ ୩୬୩୯ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ୩୪ ଜଣ ନକଲି ଚାଷୀ, ରାମନାଗୁଡା ଲ୍ୟାମ୍ପସରେ ୩୪୦୧ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୬୮ ଜଣ ନକଲି, ରାୟଗଡା ଲ୍ୟାମ୍ପସରେ ୧୦୪୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୪୬ ଜଣ ନକଲି, ରାୟଗଡା ଏମପିସିଏସରେ ୩୬୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୪ ଜଣ ନକଲି ଚାଷୀ ବାହାରିଛନ୍ତି।୨୦୨୩-୨୪ ଖରିଫ ଋତୁ ପାଇଁ ଜିଲ୍ଲାର ୧୪ଟି ଲ୍ୟାମ୍ପସରେ ଚାଷୀ ଅନଲାଇନରେ ନିଜ ନାମ ପଞ୍ଜୀକରଣ କରିଥିଲେ।

ତେବେ ଏହାକୁ ଡେପୁଟି ରେଜିଷ୍ଟାର କୋଅପରେଟିଭ ଏବଂ ଆସିଷ୍ଟାଣ୍ଡ ରେଜିଷ୍ଟାର କୋଅପରେଟିଭ ସୋସାଇଟି ତରଫରୁ ଯାଞ୍ଚ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସାଟେଲାଇଟ ଦ୍ବାରା ଯାଞ୍ଚ କରାଯିବ। ଏହାପରେ ଜିଲ୍ଲାରେ ନକଲି ଚାଷୀଙ୍କ ସଂଖ୍ୟା ହୁଏତ ୧୦୦୦ ଡେଇଁଯିବ ବୋଲି କୁହାଯାଉଛି। କାରଣ ଜିଲ୍ଲାରେ ଧାନ ଚାଷ ପ୍ରତି ଚାଷୀ ମୁହଁ ଫେରାଉନେଇ କପା ଚାଷ ପ୍ରତି ମନବଳାଉଛନ୍ତି। ପାଣି ପାଗର ପରିବର୍ତ୍ତନ କପା ଚାଷ ଉପରେ ବିଶେଷ ଭାବରେ ପ୍ରଭାବ ପକାଇ ପାରୁନଥିବା ଏବଂ କପାଚାଷରେ ପ୍ରଚୁର ଲାଭ ରହିଥିବାରୁ ଚାଷୀ କପା ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି।