ନକଲି ବିଦେଶୀ ମଦ କାରଖାନା ଠାବ, ବ୍ୟବସାୟୀ ଶଙ୍କର ପଟ୍ଟନାୟକ ଅଟକ

ରାଉରକେଲା : ପାନପୋଷ ବାଲୁଘାଟ ନୂଆ ବସ୍ତିରେ ଚାଲିଥିବା ନକଲି ମଦ କାରଖାନା ଠାବ ହୋଇଛି l ରଘୁନାଥ ପୁଲିସ ଆଜି ସକାଳୁ ଚଢ଼ଉ କରି ଘଟଣାସ୍ଥଳରୁ ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି l ଏଥିସହ ମଦ ତିଆରିରେ ବ୍ୟବହୃତ ବସ୍ତା ବସ୍ତା ବୋତଲ, ଠିପି, ଲେବୁଲ, କେମିକାଲ ଆଦି ଜିନିଷ ମଧ୍ୟ ଜବତ କରିଛି l

ବ୍ୟବସାୟୀ ଶଙ୍କର ପଟ୍ଟନାୟକକୁ ପୁଲିସ ଅଟକ ରଖିଛି l ଏହି କାରଖାନା ପ୍ରାୟ ଚାରି ବର୍ଷ ଧରି ଚାଲୁ ଥିଲା l ଶଙ୍କର ପୂର୍ବରୁ ରାଉରକେଲା ସିଭିଲଟାଉନସିପ ଶନି ମନ୍ଦିର ନିକଟ ବସ୍ତିରେ ବେଆଇନ ମଦ କାରବାର ଚଳାଇଥିଲା l ପୁଲିସ ଦୁଇ ତିନିଥର ଚଢ଼ଉ କରି ଗିରଫ କରି ଶଙ୍କରକୁ ଜେଲ ପଠାଇଥିଲା l ଜେଲରୁ ବାହାରିବା ପରେ ଧରା ନ ପଡିବା ପାଇଁ ପରିବାର ସହ ବାଲୁଘାଟ ବସ୍ତିକୁ ପଳାଇଥିଲା l

ସେଠାରେ ପରିବାର ସହ ମିଶି ନକଲି ମଦ କାରଖାନା ଖୋଲି ବିଭିନ୍ନ ବ୍ରାଣ୍ଡର ମଦ ତିଆରି କରୁଥିଲା l ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ଭରପୁର ଫାଇଦା ଉଠାଉଥିଲା l ଘର ପାଖରେ ଦୈନିକ ମଦ ବେପାରିମାନଙ୍କ ଭିଡ ଲାଗୁଥିଲା l ପଡୋଶୀମାନେ ଏହି କାରବାର ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଇଥିଲେ l

ସମ୍ବନ୍ଧିତ ଖବର