ଜାଲ୍ ନୋଟ୍‌ ଦେଇ ମିଠା କିଣୁଥିବା ବେଳେ ଯୁବକ ଗିରଫ; ନୋଟ୍ ଜବତ

ଚାନ୍ଦବାଲି: ଚାନ୍ଦବାଲି ବଜାରରେ ଆଜି ଜାଲ ନୋଟ ଦେଇ ମିଠା କିଣୁଥିବା ଜଣେ ଯୁବକକୁ ସ୍ଥାନୀୟ ଯୁବକମାନେ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ଚାନ୍ଦବାଲି କାଳୀ ମନ୍ଦିର ନିକଟରେ ଥିବା ଶିବଶକ୍ତି ମିଷ୍ଠାନ ଭଣ୍ଡାରରୁ ସନ୍ଧ୍ୟା ସମୟରେ ଜଣେ ଅଜଣା ଯୁବକ ଶହେ ଶଙ୍କାରେ ମିଠା କିଣି ଦୋକାନୀକୁ ଏକ ୫୦୦ ଟଙ୍କିଆ ନୋଟ ଟି ବଢ଼ାଇ ଦେଇଥିବା ବେଳେ ଏହି ନୋଟ୍ ଟିକେ ପତଳା ଥିବାରୁ ଦୋକାନୀର ସଂଦେହ ଉପୁଜିଥିଲା। ନୋଟକୁ ଅନ୍ୟ ଏକ ଦୋକାନୀକୁ ଦେଖାଇଥିବା ବେଳେ ତାଙ୍କର ମଧ୍ୟ ସଂଦେହ ସୃଷ୍ଟି ହୋଇଥିଲା। ତେବେ ଏ ନେଇ ମିଠା କିଣୁଥିବା ଯୁବକକୁ ଅନ୍ୟ ନୋଟ ଦେବାକୁ କହି ନକଲି ଜଣାପଡ଼ୁଥିବା ନୋଟଟିକୁ ଫେରାଇ ଦେଇଥିଲେ। ଯୁବକ ଆଉ ଗୋଟିଏ ଦୁଇ ହଜାର ଟଙ୍କିଆ ନୋଟ ବଢ଼ାଇଥିଲେ ତାହା ମଧ୍ୟ ଜାଲ ଭଳି ଲାଗିଥିଲା। ତେବେ ପରେ ଏକ ଶହ ଟଙ୍କା ବଢ଼ାଇଥିଲେ ତାହା ମଧ୍ୟ ଜାଲ ଭଳି ଲାଗିବାରୁ ସଂଗେସେଂଗେ ନିକଟରେ ଥିବା ଲୋକମାନେ ଭିଡ଼ ଜମାଇଥିବା ବେଳେ ନକଲି ନୋଟ ଦେଇ ଜିନିଷ କିଣୁଥିବା ଯୁବକକୁ କାବୁ କରିଥିଲେ।

ଏ ସମ୍ପର୍କରେ ଚାନ୍ଦବାଲି ପୁଲିସକୁ ଖବର ଦେଇଥିବା ବେଳେ ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କ ନିଦ୍ଦେଶକ୍ରମେ ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ଆର.କେ. ଖୁଂଟିଆ ଓ ଟିମ୍ ପହଞ୍ଚି ଯୁବକଙ୍କ ଠାରୁ ୩ ଖଣ୍ଡ ଦୁଇ ହଜାରିଆ ନୋଟ, ୫ଶହ ଟଙ୍କିଆ ୬ଖଣ୍ଡ ଶହେ ଟଙ୍କିଆ ୩ଖଣ୍ଡ ଓ ପଚାଶ ଟଙ୍କିଆ ଦୁଇ ଖଣ୍ଡ ଜବତ କରିଥିଲେ। ପରେ ଯୁବକକୁ ଥାନାକୁ ନେଇ ଜାଲ ନୋଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି। ତେବେ ଚାନ୍ଦବାଲିରେ ପ୍ରଥମ କରି ଏହି ଜାଲ ନୋଟ କାରବାର ଧରାପଡ଼ିବା ପରେ ଦୋକାନୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନା ମହାମାରୀ ଦୋକାନ ବନ୍ଦ ରହି ବହୁ କ୍ଷତିରେ ପହଁଚିଥିବା ବେଳେ ଏବେ ଜାଲ ନୋଟ କାରବାର ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର