ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ କିଣା ପାଇଁ ସରକାର ପାଗ ଭିଡୁଥିବା ବେଳେ ଆସନ୍ତା ୨୮ ତାରିଖରେ ସରକାରୀ ମଣ୍ଡିରେ ଧାନ କିଣା ପର୍ବ ଆରମ୍ଭ ହେବ। ମାତ୍ର ଏହା ପୂର୍ବରୁ ଜିଲ୍ଲାରେ କେତେ ନକଲି ଚାଷୀ ସେମାନଙ୍କର ନକଲି ଜମି ପଟ୍ଟା ଦେଇ ଚାଷୀ ପଞ୍ଜୀକରଣ କରିଥିଲେ। ତାର ସାଟେଲାଇଟ ସର୍ଭେ କରାଯାଇଥିଲା। ଜିଲ୍ଲାପାଳ ବଳିରାମ ବେନ୍ଦାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୭ ଟି ବ୍ଲକରେ କର୍ମଚାରୀ ମାନେ କ୍ଷେତ୍ରୀୟ ତଦନ୍ତ କରିଥିଲେ। ଏଇ ସାଟେଲାଇଟ ସର୍ଭେର ଜାଲରେ ଧରା ପଡିଛନ୍ତି ନକଲି ଚାଷୀ ଆଉ ନକଲି ଜମି ପ୍ଲଟ। ଏମାନଙ୍କର ଚାଷ ଜମି ନଥିବା ବେଳେ ଏମାନେ କାଇଦା କଟକଣା କରି ନକଲି ଜମି ପ୍ଲଟ୍ ଦେଖାଇ ଚାଷୀ ପଞ୍ଜୀକରଣର ସୁବିଧା ମାରି ନେବାକୁ ଯୋଜନା କରିଥିଲେ। ଏବେ ଧାନ କିଣା ପୂର୍ବରୁ ଏଇ ନକଲି ଚାଷୀ ଓ ସେମାନଙ୍କର ନକଲି ଜମି ପ୍ଲଟ୍ ସବୁ ସାଟେଲାଇଟ ସ୍କାନରକୁ ଆସି ଯାଇଛି। ଏଇ ନକଲି ଜମିକୁ ନେଇ ଯେଉଁ ଚାଷୀମାନେ ସେମାନଙ୍କର ଚାଷୀ ପଞ୍ଜୀକରଣ କରିଥିଲେ। ତାହାକୁ ବାଦ ଦିଆଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଧାନ କିଣା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ଚାଷୀ ପଞ୍ଜୀକରଣରେ ହୋଇଥିବା ଏଇ ବ୍ୟାପକ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।
ସାଟେଲାଇଟ ଚିତ୍ରରେ ସବୁ କଥା ଜଳ ଜଳ ହୋଇ ଦିଣି ଯାଉଥିବାବେଳେ ଏବେ ଏହି ନକଲି ପ୍ଲଟର ପରିମାଣ ୧ ଲକ୍ଷ ୭ ହଜାର ୬୦୫ ପ୍ଲଟ୍ କିଭଳି ପଞ୍ଜୀକରଣ କରାଯାଇଥିଲା। ତାକୁ ନେଇ ଏବେ ଖୋଳତାଡ ଚାଲିଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ଏଆରସିଏସଙ୍କ ଅଫିସ ପକ୍ଷରୁ ଏଇ ତଥ୍ୟକୁ ଏବେ ଖୁଲାସା କରାଯାଇଛି। ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏଇ ସର୍ଭେ କାର୍ଯ୍ୟ ୧୫ ଦିନ ମଧ୍ୟରେ ଶେଷ କରାଯାଇଛି। ଏଇ ତଦନ୍ତ କାର୍ଯ୍ୟରେ ଜିଲ୍ଲାର ମୋଟ ୭୬୪ ଜଣ କର୍ମଚାରୀ ନିୟୋଜିତ ହୋଇ ଜମିର ତଦାରଖ କରାଯାଇଥିଲା। ସାଟଲାଇଟ୍ ମାଧ୍ୟମରେ ଯେଉଁ ସର୍ଭେ କରାଯାଇଥିଲା। ସେଥିରେ ରାଜସ୍ବ ବିଭାଗର ଅଧିକାରୀ, କୃଷି ବିଭାଗର ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଗାଁ କୁ ଗାଁ ବୁଲି ଏହି ସର୍ଭେ କରାଯାଇଥିଲା। ଚାଷ ଜମି ନଥାଇ କିଛି ଲୋକଙ୍କ ନାମରେ ସେମାନଙ୍କର ଘର ଡିହ, ଖେଳ ପଡିଆ, ପୋଖରୀ, ଗୋଚର ଜମି, ପାଳ ଜମି, ନଦୀ ପଠା, କଦଳୀ ବଗିଚା, ବଗାୟତକୁ ମଧ୍ୟ ଚାଷ ଜମିରେ ଦର୍ଶାଯାଇଥିଲା। ସମୁଦ୍ର କୂଳ ଅଞ୍ଚଳରେ ଅନେକ ଚିଙ୍ଗୁଡି ଘେରିକୁ ମଧ୍ୟ ଚାଷ ଜମି ଭାବେ ଦର୍ଶା ଯାଇଥିଲା। ଯାହାର ତଥ୍ୟ ସଟଲାଇଟି ସର୍ଭେରେ ଜଣା ପଡ଼ିଛି। ଭଦ୍ରକ ଜିଲ୍ଲାର ୭ ଟି ବ୍ଲକରେ ଥିବା ଭଦ୍ରକ ବ୍ଲକରେ ସାଟେଲାଇଟ ତଦନ୍ତରୁ ମୋଟ ୧୨ ହଜାର ୬୯୦ଟି ବ୍ଲକ ମଧ୍ୟରୁ ୧୨ ହଜାର ୬୬୮ ପ୍ଲଟର କ୍ଷେତ୍ରୀୟ ତଦନ୍ତ କରାଯାଇଛି। ବାସୁଦେବପୁର ବ୍ଲକରେ ୨୯ ହଜାର ୧୪ ଟି ପ୍ଲଟ ମଧ୍ୟରୁ ୨୮ ହଜାର ୮ ୯୬ ଟି ପ୍ଲଟର କ୍ଷେତ୍ରୀୟ ତଦନ୍ତ କାର୍ଯ୍ୟ ଶେଷ ହୋଇଛି। ବନ୍ତ ବ୍ଲକରେ ୭ ହଜାର ୬୮୬ ଟି ପ୍ଲଟ ମଧ୍ୟରୁ ୭ ହଜାର ୬୧୨ ଟି ପ୍ଲଟର ତଦନ୍ତ ଶେଷ ହୋଇଛି। ତିହିଡି ବ୍ଲକରେ ୧୫ ହଜାର ୪୭୨ ଟି ପ୍ଲଟ ମଧ୍ୟରୁ ୧୫ ହଜାର ୪୭୨ ଟି ପ୍ଲଟର ତଦନ୍ତ ଶେଷ ହୋଇଛି। ଚାନ୍ଦବାଲି ବ୍ଲକରେ ୨୪ ହଜାର ୨୨୭ ଟି ପ୍ଲଟ ମଧ୍ୟରୁ ୨୩ ହଜାର ୮୯୬ ଟି ପ୍ଲଟର ତଦନ୍ତ ଶେଷ ହୋଇଛି।
ଧାମନଗର ବ୍ଲକର ୭ ହଜାର ୬୧୨ ଟି ପ୍ଲଟର ସମ୍ପୂର୍ଣ୍ଣ ତଦନ୍ତ ଶେଷ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକରେ ୧୦ ହଜାର ୯୦୪ ପ୍ଲଟ ମଧ୍ୟରୁ ୧୦ ହଜାର ୮୫୪ ଟି ପ୍ଲଟର କ୍ଷେତ୍ରୀୟ ତଦନ୍ତ କାର୍ଯ୍ୟ ଶେଷ ହୋଇଛି। ଏହି ସର୍ଭେ ରିପୋର୍ଟ ପରେ ଅସଲ ଚାଷ ଜମି ଚିହ୍ନଟ ହୋଇଥିବା ବେଳେ ନକଲି ଚାଷ ଜମିକୁ ମଧ୍ୟ ଏଇ ତାଲିକାରୁ ବାଦ ଦିଆଯାଇଛି। ଜିଲ୍ଲାରେ ଜଳି ସେଚିତ ଓ ଅଣ ଜଳ ସେଚିତ ଜମି ଉପରେ ଏକର ପିଛା ଧାନର ପରିମାଣ ନିର୍ଦ୍ଧାଣ କରାଯାଇଥାଏ। କେଉଁ ଚାଷ ଜମିରୁ କେତେ ପରିମାଣରେ ଧାନ ଅମଳ ହେଉଛି। ଏହାର ରିପୋର୍ଟ ଜିଲ୍ଲା ପକ୍ଷରୁ ପ୍ରସ୍ତୁତ ହୋଇଥାଏ। ସେହି ଅନୁଯାୟୀ କେଉଁ ଚାଷୀଙ୍କର କେତେ ଚାଷ ଜମି ରହିଛି। ତାହା ପୁଣି କେର୍ଉ କିସମର ଚାଷ ଜମି ରହିଛି। ସେହି ଅନୁଯାୟୀ ଜଣେ ଚାଷୀ କେତେ ପରିମାଣରେ ଧାନ ସରକାରୀ ମଣ୍ଡିରେ ବିକ୍ରି କରିବ ତାହା ନିର୍ଦ୍ଧାରଣ କରାଯାଇ ସେହି ଚାଷୀଙ୍କୁ ଧାନ ବିକ୍ରି କରିବା ପାର୍ଇ ଟୋକନ୍ ଇସ୍ୟୁ କରାଯାଇଥାଏ। ଜିଲ୍ଲାର ଯୋଗାଣ ବିଭାଗର ସୂଚନାରୁ ପ୍ରକାଶ ଯେ, ଅଣଚାଷୀ ମାନେ ଚାଷ ହୋଇନଥିବା ପ୍ଲଟକୁ ଦର୍ଶାଈ ବାହାରୁ କମ ମୂଲ୍ୟରେ କିଣିଥିବା ଧାନକୁ ମଣ୍ଡିରେ ସରକାରୀ ଦରରେ ବିକ୍ରି କରି ମୁନାଫା ଉଠାଇ ନେଇଥାଏ। ଚାଷୀଙ୍କୁ ନେଇ ଧାନ ବିକ୍ରି ବେଳେ ଯେଉଁଜମି ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି। ତାହା ସାରା ଓଡ଼ିଶାରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାଷୀଙ୍କ ନାମରେ ନକଲି ପଞ୍ଜୀକରଣ କରି ବାସ୍ତବରେ କେଉଁମାନେ ଧାନ ଟଙ୍କାର ମୁନାଫା ଉଠାଉ ଥିଲେ। ତାହାର ବିଧିବଦ୍ଧ ତଦନ୍ତ ହେଲେ ଅସଲ ତଥ୍ୟ ପଦାକୁ ଆସିବ। ଗତବର୍ଷ ମଧ୍ୟ ଏଭଳି ଅନେକ ନକଲି ଚାଷୀଙ୍କ ନାମରେ ଧନେ ଟଙ୍କାକୁ ଚଳୁ କରାଯାଇଥିବା ବେଳେ ଏଥର କିନ୍ତିୁ ଧାନ କିଣା ଆରମ୍ଭ ପୂର୍ବରୁ ସରକାରଙ୍କର ଏହି ସାଟେଲାଇଟ ସର୍ଭେର ଜାଲରେ ଛନ୍ଦି ହୋଇପଡିଛି ନକଲି ଜମି ପ୍ଲଟ। ଏହି ଜମି ସରକାରୀ ଧାନ କିଣାରୁ ବାଦ୍ ଦିଆ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନକଲି ମଲିକ ଧାନ ବିକିବା ଚଳବାଜି ଏବେ ଶେଷ ହୋଇଯାଇଛି।