୬୦୦ ବସ୍ତା ନକଲି ଲୁଣ ଜବତ, ୩ ବ୍ୟବସାୟୀ ଅଟକ

ରାଉରକେଲା: କୁଆରମୁଣ୍ଡା ବଜାରର ଏକ ଗୋଦାମରୁ ୬୦୦ ବସ୍ତା ନକଲି ଲୁଣ ଜବତ ହୋଇଛି। ବୀରମିତ୍ରପୁର ଏସ୍‌ଡିପିଓ, ବୀରମିତ୍ରପୁର ଥାନା ଅଧିକାରୀ ଓ କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ମିଳିତ ଭାବେ ଗୋଦାମରେ ଅତିର୍କିତ ଚଢ଼ଉ କରିଥିଲେ। ଜବତ ଲୁଣ ନକଲି ନା ଅସଲି ପୁଲିସ ତା’ର ତଦନ୍ତ ଚଳାଇଛି। ନକଲି ଲୁଣ କାରବାର ଘଟଣାରେ ପୁଲିସ ତିନି ବ୍ୟବସାୟୀଙ କୈଳାସ ସାହୁ, ଗୋପାଳ ସାହୁ ଓ ସୁରେଶ ଅଗ୍ରୱାଲଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଦୋକାନରେ ଟାଟା ବ୍ରାଣ୍ଡ ନାଁରେ ନକଲି ଲୁଣ ବିକ୍ରି କରାଯାଉଥିବା ସଂକ୍ରାନ୍ତରେ କିଛି ଗ୍ରାହକ ଟାଟା କମ୍ପାନୀର ସେଲ୍‌ସ ମ୍ୟାନ୍‌କୁ ଜଣାଇଥିଲେ। ସେଲ୍‌ସ୍‌ ମ୍ୟାନ ଏ ସମ୍ପର୍କରେ ଟାଟା କମ୍ପାନୀର ଏରିଆ ମ୍ୟାନେଜରଙ୍କୁ ଅବଗତ କରାଇଥିଲେ। ଟାଟା କମ୍ପାନୀର କର୍ତ୍ତୃପକ୍ଷ ବୀରମିତ୍ରପୁର ଥାନାକୁ ସୂଚନା ଦେଇଥିଲେ। ଜବତ ଲୁଣ ସମ୍ବଲପୁର ଓ ରାଜଗାଙ୍ଗପୁରର ହୋଲ୍‌ସେଲ୍‌ ଡିପୋରୁ ଅଣାଯାଇଥିଲା। ସମ୍ବଲପୁରରୁ ୪୦୦ ବସ୍ତା ଓ ରାଜଗାଙ୍ଗପୁରରୁ ୨୦୦ ବସ୍ତା ନକଲି ଲୁଣ ଆସିଥିବା ପୁଲିସ ଅଟକ ବ୍ୟବସାୟୀଙ୍କୁ ପଚରାଉଚୁରାରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର