ନକଲି ବଢ଼ାଉଛି ଚିନ୍ତା: କଟକରେ ସକାଳୁ ସିମେଣ୍ଟ, ସନ୍ଧ୍ୟାରେ ସସ୍‌ ତିଆରି କାରଖାନା ଠାବ

କଟକ: ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେବା ପରେ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଛ। କଟକ ସହରରୁ ରାଜ୍ୟର ଅନ୍ୟ ସ୍ଥାନକୁ ନକଲି ସାମଗ୍ରୀ ପଠାଯାଉଛି। ଟମାଟୋ ସସ୍‌, ମସଲା, ନକଲି ଘିଅ, ଗୁଟଖା ପରେ ଆଜି ସକାଳୁ କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ସେହିଭଳି ସନ୍ଧ୍ୟାରେ ମଧୁପାଟଣା ଥାନା ଅନ୍ତର୍ଗତ ଖପୁରିଆରେ ଅପମିଶ୍ରିତ ସସ୍‌ ତିଆରି କାରଖାନା ଠାବ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ମଧୁପାଟଣା ଥାନା ପୁଲିସ ଉକ୍ତ କାରଖାନାରେ ଚଢ଼ାଉ ଜାରି ରଖିଛି।

ସୂଚନାନୁଯାୟୀ, କଟକ ମଧୁପାଟଣା ଠାରେ ନକଲି ସସ୍‌ କାରଖାନା ଉପରେ ଚଢ଼ାଉ କରିଛି ମଧୁପାଟଣା ଥାନା ପୁଲିସ। ଚଢ଼ାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗା, ପ୍ୟାକିଂଗ୍‌ ସମେତ ବିପୁଳ ପରିମାଣର କଞ୍ଚାମାଲ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଦିନକ ମଧ୍ୟ୍ୟରେ ଦୁଇଟି ନକଲି କାରଖାନା ଉପରେ ଚଢ଼ାଉ କରାଯାଇଥିବାବେଳେ ଏ ନେଇ ଏକ ରାକେଟ୍‌ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚାଉ କରିଛି ଜଗତପୁର ଥାନା ପୁଲିସ। ଚଢ଼ାଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନିର ପ୍ୟାକିଂଗ୍‌ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି। ଏହାସହ ଦିନ ୧୧ଟା ୩୦ ମିନିଟ୍‌ ସମୟରେ ଚାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି।

ପୂର୍ବରୁ କଟକର ମାଲଗୋଦାମ, ଜଗତପୁର ଠାରେ ନକଲି ଘିଅ, ମସଲା, ଟମାଟୋ ସସ୍‌, ସୋୟାବି, ଗୁଟଖା କାରଖାନାରେ ଉପରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା। ଏହା ସହ ଗତକାଲି କଟକର ପିଠାପୁର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ବାଦାମବାଡ଼ି ଥାନା ପୁଲିସ। ଚଢ଼ାଉ ସମୟରେ ବିପୁଳ ପରିମାଣର କଞ୍ଚାମାଲ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର