ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ପୁଲିସ ଷ୍ଟେସନ୍‌ ଅଧୀନସ୍ଥ ହେଲା ସାହିରେ ଥିବା ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ବିଶେଷ ସୂତ୍ରରୁ ଏହି କାରଖାନା ବିଷୟରେ ଖବର ପାଇ ପୁରୁଣା ବଜାର ଥାନା ପୁଲିସ ପକ୍ଷରୁ ସୋମାବାର ଏହି ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ନକଲି ଜର୍ଦ୍ଦା କାରବାର ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସଲମାନ୍‌ ଖାନ୍‌ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ, ପୁରୁଣା ବଜାର ଥାନା ପୁଲିସ ନକଲି ଜର୍ଦ୍ଦା ତିଆରି ହେଉଥିବା ଅନେକ ଯନ୍ତ୍ରାଂଶ ସମେତ ବିଭିନ୍ନ ନାମିଦାମୀ ଜର୍ଦ୍ଦା କମ୍ପାନିର ଲୋଗୋ, ସରଞ୍ଜାମ ଏବଂ ଖୋଳକୁ ମଧ୍ୟ ଜବତ କରିଛି ।

ସମ୍ବନ୍ଧିତ ଖବର