ମା’ ଆସିଲେ, ଭକ୍ତ ବ୍ୟାକୁଳ: ବାଟ ବନ୍ଦ କରିଦେଇଛି କରୋନା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଚଳିତ ପାର୍ବଣରେ ମା’ ଧରାବତରଣ କରିସାରିଛନ୍ତି। ହେଲେ କୋଭିଡ-୧୯ ଲାଗି ଚଳିତ ଥର ଝଲସୁନି ରଙ୍ଗୀନ ଆଲୁଅମାଳାା ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକରେ ତୋରଣକୁ ନେଇ ଜମୁନି ପ୍ରତିଯୋଗିତା। ଗହଳିରେ ଫାଟି ପଡ଼ୁନି ମୀନା ବଜାର। ଦୋଳିର କେଁ କଟର ସାଙ୍ଗକୁ ଶୁଭୁନି ପିଲାଙ୍କ କୋଳାହଳ। ପୂଜା ହେଉଛି, ମା’ ବିରାଜିଛନ୍ତି। ହେଲେ ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍‌।

ପୂଜା ଦିନ ପାଖେଇଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ ହୋଇଯାଏ। ଯିଏ ଯେଉଁଠି ଥାଏ, ସାଙ୍ଗ ସାଥୀଙ୍କ ସହ କେଉଁଦିନ କେଉଁ ମେଢ଼ ବୁଲି ଦେଖିବେ ସେନେଇ ଯୋଜନା ତାଲିକା ପ୍ରସ୍ତୁତ କରି ଘରକୁ ଫେରିଥାନ୍ତି । ହେଲେ କରୋନା ଏଥର ବାଟ ବନ୍ଦ କରିଦେଇଛି ।

ବିନିକା ସହର ପୁରୁଣା ବସଷ୍ଟାଣ୍ଡ, ନୂଆଁବଜାର, ଦୈନିକ ବଜାର, ବେଳପଡ଼ା, ଖଦାଳପଡ଼ା, ଦଣ୍ଡସେନାପଡ଼ା, ଗୁଲାପଡ଼ା ତଥା ଗ୍ରାମାଞ୍ଚଳ ମହାଦେବପାଲି, ଭଣ୍ଡାର – ଉପର ପଡ଼ା ଓ ତଲିପଡ଼ା, ବାଉଁଶୁଣୀ. ସିଲାଟ-ଉପରପଡ଼ା, ତଲିପଡ଼ା, ମୋଘଲା, ସାହାଜବାହାଲ ଆଦି ସ୍ଥାନ ମାନଙ୍କରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଉଛି। ପୁଜାମଣ୍ଡପରେ ଓ ନାରାୟଣୀ, ଚରଦେଇ ପୀଠ ଓ ବିଭିନ୍ନ ଗ୍ରାମଦେବୀଙ୍କ ସାଙ୍ଗକୁ ଥିବା ମାଁ ଦୂର୍ଗାଙ୍କ ମନ୍ଦିରମାନଙ୍କୁ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର

Comments are closed.