ଭକ୍ତଙ୍କ ବିନା ମଣ୍ଡପରେ ପୂଜାପାଇଲେ ମା’ ଦୁର୍ଗା

ଖୋର୍ଦ୍ଧା: ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶନିବାର ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ତିନିଦିନିଆ ପୂଜା ଆରମ୍ଭ ହୋଇଛି। ତେବେ ସରକାରୀ କଟକଣା ଯୋଗୁଁ ପୁଜାମଣ୍ଡପରେ ବିନା ଭକ୍ତଙ୍କ ଗହଳିରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଛି।

ଦୁର୍ଗାପୂଜା ପାଇଁ ସହରର ଦୋକାନବଜାରରେ ଲୋକଙ୍କ ଗହଳି ବଢ଼ିଯାଇଥିଲା । ଅପରାହ୍‌ଣରେ ପୁରୁଣା ବସଷ୍ଟାଣ୍ଡ, ବଜାରଛକ, ନୂଆବସଷ୍ର୍‌ଟାଣ୍ଡ ଛକରେ ଟ୍ରାଫିକ୍‌ ସମସ୍ୟା ଦେଖାଦେବାରୁ ପୁଲିସ ମୁତୟନ କରାଯାଇ ଯାତାୟାତକୁ ନିୟନ୍ତ୍ରଣ କରାଯାଇଥିଲା। ତହସିଲ କାର୍ଯ୍ୟାଳୟ ଦେଇ ଗୋଟିଏ ଦିଗରେ ଓ ଉପଜିଲ୍ଲାପାଳ ଛକ ଦେଇ ଆରଦିଗରେ ଗାଡ଼ିମୋଟରକୁ ଛଡ଼ାଯାଇଥିଲା।

ତେବେ ସହରରେ ଚଳିତ ବର୍ଷ କଟକଣା ଯୋଗୁଁ ପୂଜାମଣ୍ଡପ ସଂଖ୍ୟା କମିଯାଇଥିବା ବେଳେ କଟକଣା ମଧ୍ୟରେ ୬ଟି ସ୍ଥାନରେ- ପଲ୍ଲା-କଂଟାଛକ, ପୁରୁଣା ବସଷ୍ର୍‌ଟାଣ୍ଡ ସ୍ଥିତ ଖୋର୍ଦ୍ଧା କ୍ଲବ, ଇଗଲ କ୍ଲବ ପଡ଼ଇା, ପୁରୁଣା ଅଗ୍ନିଶମ କାର୍ଯ୍ୟାଳୟ, ପରିବା ବଜାର, ଦୁଲଣା ସାହି, ଟାଉନ୍‌ହଲ୍‌ ନିକଟରେ ର୍ନିମିତ ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ପୂଜା ଆରମ୍ଭ ହୋଇଛି। ଦୋକାନବଜାରରେ ଗହଳି ଲାଗିରହିଥିଲେ ମଧ୍ୟ ପୂଜାମଣ୍ଡପଗୁଡ଼ିକ ଖାଁଖାଁ ରହିଥିଲା। ଆୟୋଜକ କମିଟିର ସଦସ୍ୟ ଓ ପୂଜକଙ୍କ ବ୍ୟତୀତ ମଣ୍ଡପରେ କାହାରିକୁ ଦେଖିବାକୁ ମିଳିନଥିଲା।

ଆର୍‌ଏସ୍‌ଏସ୍‌ ପକ୍ଷରୁ ବିଜୟାଦଶମୀ ପାଳିତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ପକ୍ଷରୁ ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଜୟାଦଶମୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ସଭାଗୃହରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହୋଇଥିବା ଏହି ସଭାରେ ନଗରସଂଘ ଚାଳକ କିଶୋରଚନ୍ଦ୍ର ବରାଳ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶସ୍ତ୍ର ପୂଜନ କରିଥିଲେ ବକ୍ତାଭାବେ ବାଲେଶ୍ୱରର ବିଷ୍ଣୁମୋହନ ପଣ୍ଡା ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିଜୟଦଶମୀର ପାଳନ, ସଂଘର ପ୍ରତିଷ୍ଠା ଓ ଭାରତର ସାଂସ୍କୃତିକ ଅବକ୍ଷୟର ଇତିହାସ ଓ ଏହାର ସୁରକ୍ଷା ସମ୍ପର୍କରେ କହିଥିଲେ ସେ କହିଥିଲେ ଯେ ଆଜିକୁ ସଂଘର ୯୫ ବର୍ଷ ପୂର୍ତି ହୋଇଛି, ଆଉ କିଛି ବର୍ଷ ପରେ ଏହାର ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବ ସଂଘ। ପ୍ରତିଷ୍ଠାତା ବିଏଲ୍‌ ହେଡ୍‌ଗାୱରଙ୍କ ସଂଘ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଦେଶର ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରବାଦୀ ହେବା ଓ ରାଷ୍ଟ୍ରହିତ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ପୁରୀ ବିଭାଗର କାର୍ଯ୍ୟବାହ ବେଲେଶ୍ୱର ସାହୁ, ସିଦ୍ଧେଶ୍ୱର, ଆଦିତ୍ୟ ମହାରଣାଙ୍କ ସହ ନଗରର ଅନ୍ୟ ସ୍ୱୟଂସେବକମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର