ଆଜି ମୂଳାଷ୍ଟମୀ ; ମା’ ବିମଳାଙ୍କଠାରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା

ଭୁବନେଶ୍ବର : ଆଜି ପବିତ୍ର ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଏହା ସହିତ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗୋତ୍ସବ ।

ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହା ଗୁଆ ନଡିଆ ବ୍ରାହ୍ମଣଙ୍କୁ ଦେଇ ବରଣ କରିବେ । ଏହାସହ ପୁରୀର ବିଭିନ୍ନ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକମାନଙ୍କୁ ମଧ୍ୟ ଆଜି ବରଣ କରାଯିବ ।

ସୂଚନାଯୋଗ୍ୟ ଯେ, ଉତ୍କଳରେ ପରମ୍ପରାରେ ଷୋଡ଼ଶ ଦିବସୀୟ ଦୁର୍ଗାପୂଜାର ପରମ୍ପରା ରହିଛି । ଆଶ୍ବିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ଓଡ଼ିଶାର ସମସ୍ତ ଦେବୀ ପୀଠରେ ସହସ୍ର କୁମ୍ଭାଭିଷେକ ସହ ଷୋଳପୂଜା ଆରମ୍ଭ ହୋଇଥାଏ ।

ସମ୍ବନ୍ଧିତ ଖବର