ଘୁ.ଉଦୟଗିରିରେ ଶାରଦୀୟ ଦୁର୍ଗାପୂଜା: ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସାରା ସହର

ଘୁ.ଉଦୟଗିରି: ସାରା ସହରରେ ପୂଜାର ମହଲ। ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ସୁଉଚ୍ଚ ତୋରଣ ଶବ୍ଦ ଆଲୋକମାଳାରେ ସଜେଇ ହୋଇଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର। ଷଷ୍ଠୀ ତିଥି ଅବସରରେ ଶୁକ୍ରବାର ଠାରୁ ପୂଜା ଆରମ୍ଭ ହୋଇଛି। ସପ୍ତମୀ ତିଥିରେ ଶନିବାର ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗିଛି। ଆରାଧ୍ୟ ଦେବୀ ମା’ ବଡ଼ରାଉଳଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମା’ଙ୍କୁ ଆବାହନ କରି ଅସ୍ଥାୟୀ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରାଯାଇଅଛି।

ଆଜି ମହାସପ୍ତମୀରେ ପୁରୋହିତ ଚଣ୍ଡିପାଠ ସହ ହୋମ ଯଜ୍ଞ ଆରମ୍ଭ କରିଛନ୍ତି। ସାରା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମୁଖ୍ୟ ପୂଜା ମଣ୍ଡପରେ ଏକ ସୁଉଚ୍ଚ ତୋରଣ ଶୋଭା ପାଉଥିବା ବେଳେ ମୁଖ୍ୟ ସଡ଼କର ତିନି ପାର୍ଶ୍ୱରେ ତିନୋଟି ଅତି ସୁନ୍ଦର ଆଲୋକ ଶଯ୍ୟାର ସୁଉଚ୍ଚ ତୋରଣ ଲୋକଙ୍କୁ ଆକୃଷ୍ଟ କରିପାରିଛି। ଏହା ସହ ସାରା ସହର ଆଲୋକରେ ଝଲସୁଛି।

ଦୀର୍ଘ ୬୦ ବର୍ଷ ହେଲା ସହରରେ ଦୁର୍ଗା ପୂଜା ଆୟୋଜନ କରାଯାଉଅଛି। ମୂଖ୍ୟତଃ ପୂଜା ଉପରେ ଗୁରୁତ୍ୱ ଦିଆଯାଉଛି। ସାରା ବିଶ୍ୱର ମଙ୍ଗଳ ନିମନ୍ତେ ହୋମ ଯଜ୍ଞ କରାଯାଇଥାଏ। ଏହା ବାଦ ମଣ୍ଡପ ସାଜସଜ୍ଜା, ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷ ମହାଷ୍ଟମୀ ଠାରୁ କଣ୍ଢେଇ ଅପେରା, ଗଞ୍ଜମ ଜିଲ୍ଲାର ପୌରାଣିକ ନାଟକ ମହାସମର, କଟକ ମେଲୋଡି ସହ ବିସର୍ଜନ ଦିନ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ଦୁଲଦୁଲି ବିଶେଷ ଆକର୍ଷଣ ହେବ।

ଚଳିତ ବର୍ଷ ଚଣ୍ଡିପାଠ ପୂଜା ନିମନ୍ତେ ଗଞ୍ଜମ ଜିଲ୍ଲାର କୋଦଳା ଅଂଚଳରୁ ଚଣ୍ଡି ପୁରୋହିତ ଆସିଥିବା ବେଳେ ସ୍ଥାନୀୟ ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ସହଯୋଗ କରିଛନ୍ତି। ପୂଜା କମିଟି ପକ୍ଷରୁ ଏସ.ମନସନ୍ତୋଷ ପାତ୍ର, କାଳୁ ଚରଣ ପଣ୍ଡା, ଶରତ ଚୌଧୁରୀ, ନିକୁ ପାତ୍ର, ପ୍ରମୁଖ ନେତୃତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର