ଆସୁଛି ଦୁର୍ଗତୀ ନାଶିନୀ ମା’ଙ୍କ ଦଶହରା: ବିଡେକାର ୬୦ ଫୁଟର ତୋରଣ ମୁଖ୍ୟ ଆର୍କଷଣ

ଜମିଲାଣି ଫୁଟପାଦ ବେପାର

ଭଞ୍ଜନଗର: ଦୁର୍ଗତୀ ନାଶିନୀ ମା ଦୁର୍ଗାଙ୍କ ଦଶହରା ପର୍ବକୁ ରହିଲା ଆଉ କେଇଟା ଦିନ। ଦଶହରା ଯେତେ ନିକଟତର ହୋଇ ଆସୁଛି ଲୋକଙ୍କ ମନରେ ସେତେ ଉତ୍ସାହ ଦେଖିବାକୁ ମିଳୁଛି। ସହରର ବିଭିନ୍ନ ଦୈବୀ ପୀଠମାନଙ୍କରେ ପୂଜା ରିତିନୀତି ପୂଜାର୍ଚ୍ଚନା ପାଇଁ ଚାଲିଛି ପ୍ରସ୍ତୁତି। କଟକଣା ବିହିନ ମା’ଙ୍କ ଦର୍ଶନ ପାଇଁ ଲୋକ‌େ ମଧ୍ୟ ଆଗଭର ହୋଇ ଉଠିଛନ୍ତି। ସେହିପରି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ବେଶି ରହିଥିବାର ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ଆସି ଡେରା ପକାଇ ବ୍ୟବ‌ସ‌ାୟ ଆରମ୍ଭ କରିଦେଲେଣି। ଏଥି ମଧ୍ୟରେ ଭଞ୍ଜନଗର ବିଭିନ୍ନ ପୂଜା କମିଟି ପକ୍ଷରୁ ତତ୍ପରତା ଦେଖା ଦେଇଛି। ସହରର ଫୁଟପାଦ ଠାରୁ ଆରମ୍ଭ କରି ବଡ ସୋରୁମ୍‌ ପର୍ଯ୍ୟନ୍ତ ସବୁଠି ଭିଡ ବଢ଼ିବା ଆରମ୍ଭ ହେଉଛି।

ସହରରେ ରହିଥିବା ବିଭିନ୍ନ ପୂଜା ମଣ୍ଡପକୁ ସାଜସଜ୍ଜା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିଡେକା ପକ୍ଷରୁ ଆୟୋଜିତ ପୂଜା ମଣ୍ଡପର ତୋରଣ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ପୂଜାକୁ ୫୪ ବର୍ଷ ପୂରି ଥିବା ବେଳେ ଦୀର୍ଘ ଦୁଇବର୍ଷ ପରେ ଜାକ ଜମକରେ ପୂଜା କରିବାକୁ କମିଟି ଅଣ୍ଟା ଭିଡିଛି। ଚଳିତବର୍ଷ ୬୦ ଫୁଟ ସୁଉଚ୍ଚ ତୋରଣ ପ୍ରମୁଖ ଆର୍କଷଣ ପାଲଟିବ। ସ୍ଥାନୀୟ ଅଞ୍ଚଳର ବହୁ କାରିଗର ଏହି ତୋରଣ ନିର୍ମାଣ ପାଇଁ ବାଉଁଶ ବାନ୍ଧିବାରେ ଲାଗି ପଡିଛନ୍ତି। ବିଗତବର୍ଷ ମାନଙ୍କ ଠାରୁ ଚଳିତବ‌ର୍ଷ କିଛି ନୂତନତା ଭାବେ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛନ୍ତି। ଏଥିସହ ସ୍ଥାନୀୟ କଳାକାର ଅନୁଷ୍ଠାନ ଗୁଡିକର ଗୁରୁତ୍ବ ବଢାଇବା ପାଇଁ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଯୋଜନା ରହିଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଏଥିସହ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ କଳାକୁଞ୍ଜ ମଧ୍ୟ ପ୍ରସ୍ତୁତି ଚାଲିଥିବା‌ ଦେଖିବାକୁ ମିଳିଛି।‌ ଦଶହରା ପାଖେଇ ଆସୁଥିବା ବ‌େଳେ ଏହାର ପୂର୍ବରୁ ଶେଷ କରିବା ପାଇଁ ବହୁ କାରିଗର ଜୋରସୋରରେ ଲାଗିପଡିଛନ୍ତି। ସେପଟେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣୟମୂର୍ତ୍ତି ମଧ୍ୟ ନିର୍ମାଣ ଚାଲିଛି।

Sambad

ଓଡିଶାରେ ବିଶେଷ କରି ଦଶହରା ପର୍ବକୁ ସାର୍ବଜନୀନ ଭାବେ ପୂଜା କରାଯାଇଥାଏ। ପରିବାର ପ୍ରତ୍ୟେକ ସଦସ୍ୟ ଏହି ସମୟରେ କିଛି ମଧ୍ୟ ନୂଆ ସାମଗ୍ରୀ କିଣିଥାନ୍ତି। ଭଞ୍ଜନଗର ସହରରେ ଇଲୋକ୍ଟ୍ରୋନିକ ଦୋକନ ଗୁଡକରେ ଟିଭି, ଓ୍ବାସିଂ ମେସିନ୍‌, ଫ୍ରିଜ୍‌ ଆଦି କିଣିବା ସହିତ ନୂଆ ଗାଡି କିଣିବା ପାଇଁ ପସନ୍ଦ କରିନ୍ତି। ପୋଷାକ ଦୋକାନର ସବୁଠାରୁ ଅଧିକା ଚାହିଦାର ରହିଥାଏ। ସେନେଇ ଦୋକାନୀମାନେ ଗ୍ରାହାକକୁ ଆକୃଷ୍ଟ କରିବା ପାଇଁ ରିହାତି ଓ ଅଫର ବ୍ୟବସ୍ଥା କରି‌ଦେଲେଣି। ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟନର ଛାଇ ଗଲାଣି। ଗ୍ରାହାକମାନଙ୍କ ପାଇଁ କୁପନ ଓ ଉପହାର ବ୍ୟବସ୍ଥା ରଖିଥିବାର ଦେଖିବାକୁ ମିଳିଛି। ଏହା ସାଙ୍ଗକୁ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ଲୁଗା ବ୍ୟବସାୟୀ ଆସି ଡେରା ପକାଇଲେଣି। ଏଥିସହ ଭଞ୍ଜନଗର ଫୁଲବାଣୀ ରାସ୍ତା କଡରେ ମଧ୍ୟରେ ବହୁ ବ୍ୟବସାୟୀ ବ‌େପାର ଆରମ୍ଭ କରିଦେଲେଣି। ଫୁଟପାଦରେ ୧୦୦ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ଡ୍ରେସ ବିକ୍ରି କରୁଛନ୍ତି। ସେହିପରି ଦୁର୍ଗାପୂଜାରେ ସଜେଇବା ପାଇଁ ରଙ୍ଗୀନ ମାଳ, ରଙ୍ଗୀନ କପଡା, ବିଭିନ୍ନ ଧରଣର ଷ୍ଟିକର ଗୁଡିକର ପସରା ପଡିଥିବାର ଦେଖିବାକୁ ମିଳିଛି। ଫୁଟପାଦ ବ୍ୟବସାୟୀମାନେ ସେମାନଙ୍କ ବେପାରକୁ ନେଇ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର