ରାଇରଙ୍ଗପୁର: ସରକାର ପୌରପରିଷଦ ଗୁଡିକୁ ସରସ ସୁନ୍ଦର କରିବା ଓ ଜନସାଧାରଣଙ୍କ ସୁବିଧା ପାଇଁ ମାଳମାଳ ଯୋଜନା କରିଛନ୍ତି। ସେଥିମଧ୍ୟରୁ ମୁକ୍ତା ଯୋଜନା ଅନ୍ୟତମ। ମୁକ୍ତା ଯୋଜନାରେ ପୌରପରିଷଦର ବିଭିନ୍ନ ୱାର୍ଡରେ ଜନ ହିତକର କାର୍ଯ୍ୟ କରୁଛନ୍ତି। ବର୍ଷା ଜଳ ସଂଚୟ ନିମନ୍ତେ, ପୋଖରୀ ସୌନ୍ଦର୍ଯ୍ୟକରଣ, ରାସ୍ତା ପାର୍ଶ୍ୟରେ ମିନି ପାର୍କ, ବ୍ୟାୟାମ କରିବା ପାଇଁ ବିଭିନ୍ନ ୱାର୍ଡରେ ବ୍ୟାୟାଶାଳା ସମେତ ବିଭିନ୍ନ ପ୍ରକଳ୍ପ ମାନ କରାଯାଉଛି। ତେବେ ରାଇରଙ୍ଗପୁର ୬ ନଂ ୱାର୍ଡ (ରାଉତଖମାର)ରେ ଗତବର୍ଷ ଏକ ମିନି ପାର୍କ କରାଯାଇଥିଲା। ଉକ୍ତ ମିନିପାର୍କକୁ ଛୋଟଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ସମୟ ଅତିବାହିତ କରୁଥିଲେ। ତେବେ ପାର୍କର ମାତ୍ର ୧୫ ଫୁଟ୍ ଦୂରରେ ସହରର ସମସ୍ତ ଅଳିଆ ଆବର୍ଜନା ସେଠାରେ ଡମ୍ପିଂ କରାଯାଉଛି। ଯାହାଫଳରେ ସେହି ଅଞ୍ଚଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅଳିଆ ଆବର୍ଜନାରୁ ଦୂର୍ଗନ୍ଧ ହେଉଥିବାରୁ ପାର୍କରେ ବସିବା ମଧ୍ୟ ଅସମ୍ଭବ ହୋଇ ପଡୁଛି। ଅଳିଆ ଗଦାକୁ ସେଠାରେ ଡମ୍ପିଂ ପାଇଁ ବାରମ୍ବାର ବିରୋଧ କରୁଛନ୍ତି ୱାର୍ଡ ବାସିନ୍ଦା। ୱାର୍ଡ ବାସୀଙ୍କ
ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ଖଡଖାଇ ନଇକୂଳ ସ୍ଥିତ ରାଉତଖମାରରେ ପୌରପରିଷଦର ବିଭିନ୍ନ ଅଞ୍ଚଳର କୁଢ କୁଢ ଅଳିଆ ଆବର୍ଜନା ସେଠାରେ ପକାଯାଉଥିଲା।
ତେବେ ୱାର୍ଡ ବାସିନ୍ଦା ଅଭିଯୋଗ କରିବା ପରେ ପୌରପରିଷଦ ପକ୍ଷରୁ ଉକ୍ତ ସ୍ଥାନରୁ ଶହ ଶହ ଟ୍ରାକ୍ଟର ମଇଳା ଆବର୍ଜ୍ଜନା ସେଠାରୁ ହଟାଇ ଦିଆଯାଇଥିଲା। ତେବେ କିଛିଦିନ ହେବ ପୁଣିଥରେ ସହରର ବିଭିନ୍ନ ସ୍ଥାନର ଅଳିଆ ଆବର୍ଜନା ଟ୍ରାକ୍ଟର ସାହାର୍ଯ୍ୟରେ ପକାଯାଉଛି। ଯାହାକି ବର୍ତମାନ ଛଟ ପାହାଡ ସଦୃଶ୍ୟ ହେଉଛି। ତେବେ ସେଥିରେ ନିଆଁ ଲଗାଇ ଦେଉଥିବାରୁ ୬ ନଂ ୱାର୍ଡ ସମେତ ରାଇରଙ୍ଗପୁର ସହର ମଧ୍ୟ ଧୂଆଁମୟ ହୋଇ ଉଠୁଛି। ଫଳରେ ପରିବେଶ ମଧ୍ୟ ଦୂଷିତ ହେଉଛି। ଯାହାଫଳରେ ସେହି ୱାର୍ଡ ଓ ସହରର ଜନ ସାଧାରଣ ଧୂଆଁରେ ଅଣନିଶ୍ୱାସି ହେଉଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଥିବାରୁ ବର୍ଷା ପାଣିରେ ଅଳିଆ ଭାସି ଆସି କଂକ୍ରିଟ୍ ରାସ୍ତା ଉପରେ ଅଳିଆ ଜମିଗଲାଣି। ଯାହାଫଳରେ ଉକ୍ତ ରାସ୍ତାଦେଇ କେହି ଯାତାୟତ କଲେ ପିନ୍ଧି ଥିବା କପଡା ମଧ୍ୟ କାଦୁଅ ହୋଇଯାଉଛି। ଏଣୁ ଉକ୍ତ ସ୍ଥାନରେ ଅଳିଆ ନ ପକାଇବା ପାଇଁ ଦାବି ହେଉଛି
ଏବଂ ଅନ୍ୟ ସ୍ଥାନରେ ଅଳିଆ ପକାଯାଉ ବୋଲି ଦାବି ହେଉଛି।