ବୈପାରିଗୁଡା: ଟିଫିନ ବୋମା ଉଦ୍ଧାର କରିବା ପରେ ନିଷ୍କ୍ରିୟ କରିଛନ୍ତି ଡିଭିଏ ଏବଂ ଦଣ୍ଡାବାଡିରେ ଅବସ୍ଥାପିତ ୧୫୧ ବିଏସଏଫ ଯବାନ। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଠାରେ ରହିଥିବା ବିଏସଏଫର ୧୫୧ ବାଟାଲିୟନ କ୍ୟାମ୍ପକୁ ଏକ ବିଶେଷ ସୂଚନା ମିଳିଥିଲା ଯେ, କ୍ୟାମ୍ପର ପ୍ରାୟ ୫ କିଲୋମିଟର ଦୂରରେ ରହିଥିବା ଡୁମୁରିପଦର ଗ୍ରାମର ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଦ୍ବାରା ଟିଫିନ୍ ବୋମା ଖଞ୍ଜା ଯାଇଛି। ୩ ତାରିଖ ରାତିରେ ଏହି ସୂଚନା ପାଇବା ପରେ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଡିଭିଏଫ୍ ଯବାନ ମଧ୍ୟ ଏହି ଅପରେସନରେ ଅଂଶଗ୍ରହଣ କରିଥିଲେ। ଏଥିସହ କୋରାପୁଟରୁ ବୋମା ନିଷ୍କିୟକାରୀ ଦଳ ମଧ୍ୟ ଯୋଗ ଦେଇଥିଲେ। ଡୁମୁରିପଦରର ଆଖପାଖ ଅଞ୍ଚଳର ସମସ୍ତ ରାସ୍ତା ଏବଂ କଲଭର୍ଟକୁ ଯାଞ୍ଚ୍ କରିବା ପରେ ଦୁଇଟି କଲଭର୍ଟ ତଳେ ବୋମା ଖଞ୍ଜା ଯାଇଥିବା ଜଣାପଡିଥିଲା।
Sambadସନ୍ଧାନୀ କୁକୁର ଉକ୍ତ ସ୍ଥାନ ଦୁଇଟିକୁ ଚିହ୍ନଟ କରିବା ପରେ ବୋମା ନିଷ୍କ୍ରିୟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ସେହି ଅଞ୍ଚଳକୁ ଡିଭିଏଫ୍ ଏବଂ ବିଏସଏଫ ଯବାନ ମାନେ ଘେରାବନ୍ଦୀ କରି ରଖିଥିଲେ। ପ୍ରଥମ ବୋମାଟିକୁ ସକାଳ ୮ଟା ଏବଂ ଦ୍ବିତୀୟ ବୋମାକୁ ସକାଳ ୮.୪୫ ମିନିଟରେ ସତର୍କତାର ସହ ବିସ୍ଫୋରଣ କରାଇ ଦିଆଯାଇଥିଲା। ବିଏସଏଫ କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାକେଶ କୁମାର ଏବଂ ଡିଭିଏଫର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନାରାୟଣ ରାଉତଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସଂପନ୍ନ କରାଯାଇଥିବା ବେଳେ ଯବାନ ମାନଙ୍କୁ ଲକ୍ଷ୍ୟ କରି ଏହି ବୋମା ଖଞ୍ଜା ଯାଇଥିବା ପ୍ରକାଶ। ତେବେ ଦୀର୍ଘ ଦିନର ନିରବତା ପରେ ବୈପାରିଗୁଡା ବ୍ଲକରେ ପୁଣି ଥରେ ମାଓ ଗତିବିଧି ଆରମ୍ଭ ହୋଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-04-at-7.44.33-PM.jpeg)