ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ଦ୍ୱାରଶୁଣୀ ଘାଟିରେ ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ଜଣେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ତିରିଂଗ ଥାନା ଅନ୍ତର୍ଗତ ଇନ୍ଦଖୋଳି ଗ୍ରାମର ଦୁଖିଶ୍ୟାମ ହାଃସଦା (୩୫) ସ୍ତ୍ରୀ ରୁକମଣୀ ସୋରେନ (୨୬) ଓ ପୁଅ ଭରତ ହାଃସଦା (୧୫) ବେତନଟୀରେ ଥିବା ନବଦୟ ବିଦ୍ୟାଳୟରୁ ପୁଅ ଭରତର ବହି ନେଇ ଫେରୁଥିବା ବେଳେ ଦ୍ଵାରଶୁଣୀ ଘାଟିରେ ବାଇକ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବାପ ଦୁଃଖି ଶ୍ୟାମଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ଅବସ୍ଥାରେ ପୁଅ ଭରତର ଏବେ ମୃତ୍ୟୁ ଘଟିଛି। ମା ମଧ୍ୟ ମୁର୍ମୁଷୁ ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।
ଦ୍ଵାରଶୁଣୀ ଘାଟିରେ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜଣେ ଗୁରୁତର
/sambad/media/post_attachments/wp-content/uploads/2020/11/dead_171d0225e97_large-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)