ମୟୂରଭଂଜ ଜିଲ୍ଲା ଦୌରାଜଜ୍ କୋର୍ଟ କାର୍ଯ୍ୟାଳୟରେ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ

ଡିଜିଟାଲ୍ ମୋଡ୍‌ରେ ପାଇହେବ କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ସୁବିଧା

ବାରିପଦା: ଜିଲ୍ଲା ଦୌରାଜଜ୍ କୋର୍ଟ କାର୍ଯ୍ୟାଳୟ ପରିସରରେ ଆଇନଗତ ସେବା ଓ ସହାୟତା ସୁବିଧା ପାଇଁ ଏକ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହ ଇ-ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ୍ ସଞ୍ଜୟ ରଞ୍ଜନ ବହିଦାର, ଅତିରିକ୍ତ ଦୌରାଜଜ୍ ତଥା ସ୍ପେସାଲ ଜଜ୍ ଭିଜିଲାନ୍ସ ପ୍ରଣବ କୁମାର ପାତ୍ର, ଫ୍ୟାମିଲି କୋର୍ଟ ବିଚାରପତି ରଶ୍ମିମୋହନ ଆଚାର୍ଯ୍ୟ, ଅତିରିକ୍ତ ଦୌରାଜଜ୍ (୧ମ) ଚୌଧୁରୀ ପ୍ରବୀର କୁମାର, ଅତିରିକ୍ତ ଦୌରା ଜଜ୍ (୨ୟ) ମହେନ୍ଦ୍ର କୁମାର ସୁତ୍ରଧର, ଅତିରିକ୍ତ ଦୌରାଜଜ୍ ସ୍ପେସାଲ କୋର୍ଟ ପୋକ୍ସୋ ବିକାଶ ଚନ୍ଦ୍ର ଦେ, ସିଜେଏମ୍ ସନ୍ତୋଷ କୁମାର ଦାସରାୟ, ଅତିରିକ୍ତ ସିନିୟର ସିଭିଲ ଜଜ୍ ଶିବାଶିଷ ଗିରି, ସିନିୟର ସିଭିଲ ଜଜ୍ ସୁଚରିତା ମହାନ୍ତି, ଦୀପା ଦାସ, ଅତିରିକ୍ତ ସିନିୟର ସିଭିଲ୍ ଜଜ୍ (୨ୟ) ଦେବଶ୍ରୀ ସାହୁ, ଏସ୍ଡିଜେଏମ୍ ରୀନତି ମିଶ୍ରଙ୍କ ସମେତ ସଂପୃକ୍ତ ଅନ୍ୟାନ୍ୟ ବିଚାରପତି ପ୍ରମୁଖଙ୍କ ସମେତ ବାରିପଦା ଓକିଲ ସଂଘର ଆଇନଜୀବୀ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଏହି ଇ-ସେବା କେନ୍ଦ୍ରରେ ବିଭିନ୍ନ ମକଦ୍ଦମାର ସ୍ଥିତି, ସାର୍ଟିଫିକେଟ୍ କପି ପାଇଁ ଅନ୍‌ଲାଇନ୍‌ ଆବେଦନ, ଇ-ଫାଇଲିଂ, ଇ-ପେମେଣ୍ଡ, ଇ-କୋର୍ଟ୍ସ, ମୋବାଇଲ ଆପ୍ ଡାଉନଲୋଡ, ଜେଲରେ ବନ୍ଦୀଥିବା ସଂପର୍କୀୟ ମାନଙ୍କ ପାଇଁ ଇ-ମୁଲାକାତ୍ ପାଇଁ ସମୟ ନିର୍ଦ୍ଧାରଣ ବ୍ୟବସ୍ଥା, ନ୍ୟାୟାଳୟର ଅବସ୍ଥିତି ଓ ମକଦ୍ଦମାର ଶୁଣାଣୀ, ମାଗଣା ଆଇନସେବା ପ୍ରାପ୍ତିରେ ସହାୟତା, ଭାର୍ଚୁଆଲ୍ କୋର୍ଟ୍ସ ମାଧ୍ୟମରେ ଟ୍ରାଫିକ୍ ଚାଲାଣ ଜନିତ ମକଦ୍ଦମାର ସମାଧାନ ସମ୍ବନ୍ଧୀୟ ସହାୟତା, ନ୍ୟାୟାଳୟର ରାୟ ଓ ଆଦେଶଗୁଡିକ ଇ-ମେଲ୍, ହ୍ୱାଟସ୍ ଅପ୍ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ମିଳିପାରିବ।

ସମ୍ବନ୍ଧିତ ଖବର