ଏସଡିଜେଏମ କୋର୍ଟରେ ଇ-ସେବା କେନ୍ଦ୍ର ଉଦଘାଟିତ

ମାଲକାନଗିରି: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ଦ୍ବାରା ମାଲକାନଗିରି ଉପଖଣ୍ଡ ଦଣ୍ଡାଧିକାରୀ କାର୍ଯ୍ୟାଳୟ ପରିସରରେ ଇ- ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ତେବେ ମାଲକାନଗିରି ଜିଲ୍ଲା ଦୌରା ଜଜ ରୋହିତଲାଲ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଇ-ସେବାକେନ୍ଦ୍ର ଦ୍ବାରା ଜନସାଧାରଣ ମକଦ୍ଦମା ସ୍ଥିତ ପରବର୍ତ୍ତୀ ଶୁଣାଣୀ ତାରିଖ,ଅନ୍ୟ ତଥ୍ୟ ସମ୍ବନ୍ଧୀୟ ଅନୁସନ୍ଧାନ କରିପାରିବେ।ଯେପରି ସାର୍ଟିଫିକେଟ କପି ଏବଂ ଅନ୍ୟାନ୍ୟ ନଥିପତ୍ର ପାଇଁ ଇ- ଦରଖାସ୍ତ କରିପାରିବେ।ଇ-ଫାଇଲିଂଗରେ ଇ-ପେମେଣ୍ଟ କରିବାର ସୁବିଧା, ଇ-କୋର୍ଟ ମୋବାଇଲ ଆପ ଡାଉନଲୋଡ କରିବାର ସୁବିଧା, ଜେଲରେ ବନ୍ଦୀଥିବା ସଂପର୍କୀୟଙ୍କ ସହିତ ଇ-ମୁଲାକାତ ସାକ୍ଷାତ ବ୍ୟବସ୍ଥା,ମାଗଣା ଆଇନ ସେବାର ସହାୟତା,ଭିର୍ଚୁଆଲ କୋର୍ଟ ମାଧ୍ୟମରେ ଟ୍ରାଫିକ ଚାଲାଣ ଜନିତ ମକଦ୍ଦମାର ସମାଧାନ ସହାୟତା,ଇ-କୋର୍ଟ ସମ୍ବନ୍ଧୀୟ ସମସ୍ତ ଡିଜିଟାଲ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ମହଲତ ସା, ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ଅମରେଶ ନାୟକ, ସବ ଜଜ ସୁଚେତା କୃପାଳିନୀ, ଜେଏମଏଫସି ରେଖାରାଣୀ ପଣ୍ଡା,ପାରା ଲିଗାଲ ସ୍ବେଚ୍ଛାସେବୀ ଡ.ରଂଜନ କୁମାର ସ୍ବାଇଁ ସମେତ ବିଭାଗୀୟ କର୍ମଚାରୀ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଇ-କେନ୍ଦ୍ରକୁ ଭିଡିଓ କନଫେରସିଂ ମାଧ୍ୟମରେ ଉଦଘାଟନ କରାଯାଇଥିଲା।

ସମ୍ବନ୍ଧିତ ଖବର