ବାରିପଦା: ସରସ୍ୱତୀ ପୂଜା ଭୋଜି ଖାଇ ୫୦ରୁ ଉର୍ଧ୍ୱ ଛାତ୍ରଛାତ୍ରୀ ସମେତ ଅଭିଭାବକ ଅସୁସ୍ଥ

ବାରିପଦା: ଗତକାଲି ଥିଲା ପବିତ୍ର ଶ୍ରୀପଞ୍ଚମୀ । ଚାରିଆଡେ ସରସ୍ୱତୀ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା। ବିଭନ୍ନ ସ୍କୁଲ, ଅଫିସ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଭୋଜିର ଆୟୋଜନ ବି କରାଯାଇଥିଲା। ଏହି କ୍ରମରେ ବାଲେଶ୍ୱର ଏକ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ସ୍ୱରସ୍ୱତୀ ପୂଜା ପାଇଁ ଆୟୋଜିତ ହୋଇଥିବା ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ସ୍ୱରସ୍ୱତୀ ପୂଜା ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିକୁ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲକୁ ନିମନ୍ତ୍ରିତ ହୋଇଥିବା ଅଭିଭାବକ ଖାଇଥିଲେ। ଭୋଜି ଖାଇବାର କିଛି ସମୟ ପରେ ଜଣକ ପରେ ଜଣେ ଏପରି ୫୦ରୁ ଊର୍ଧ୍ୱ ଜଣଙ୍କ ଶରୀର ଅସୁସ୍ଥ ହୋଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସଙ୍ଗେସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର