ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ପେଣ୍ଠଠାରେ ବହୁ ପ୍ରତୀକ୍ଷିତ ଇକୋ ରିଟ୍ରିଟ୍ ଆଜି ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି˚ ମାଧୢମରେ ଏହାର ଶୁଭାରମ୍ଭ କରିବା ପରେ ପର୍ଯ୍ୟଟକମାନେ ପେଣ୍ଠ ବେଳାଭୂମିରେ ଏଣିକି ରାତ୍ରି ରହଣି ସହିତ ଜଳ ଓ ସ୍ଥଳ ପଥରେ ଭିତରକନିକା ପରିଭ୍ରମଣର ମଜା ନେଇ ପାରିବେ। ଏଠାରେ ବିଳାସପୂର୍ଣ୍ଣ କଟେଜ୍ରେ ରହି ନାଚଗୀତ ସା˚ସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ। ଗତବର୍ଷ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆରେ ଇକୋ ରିଟ୍ରିଟ୍ ଆୟୋଜନ ହୋଇଥିଲା। ଏଥର ଭିତରକିନକା ଇକୋ ରିଟ୍ରିଟ୍ର ଠିକଣା ବଦଳିଥିଲେ ବି ପର୍ଯ୍ୟଟକମାନେ ଯେଭଳି ଅଧିକରୁ ଅଧିକ ଭିତରକନିକାର ଶୋଭାରାଜିର ମଜା ନେଇପାରିବେ, ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ୩୦ଟି ବିଳାସପୂର୍ଣ୍ଣ କଟେଜ୍ ପ୍ରସ୍ତୁତ କରାଯାଇଛି।
ଅନଲାଇନ୍ରେ ବୁକି˚ ପରେ ପର୍ଯ୍ୟଟକମାନେ ଏହି କଟେଜ୍ରେ ରହିବା ସହିତ ପେଣ୍ଠ ବେଳାଭୂମିରେ ଗାଧୁଆ, ଜଳଯାତ୍ରାରେ ଭିତରକନିକା ପରିଭ୍ରମଣ ଏବ˚ ଭାସମାନ ରେସ୍ତୋରାଁରେ ଖାଇବାର ମଜା ନେଇପାରିବେ। ଶାନ୍ତ ପରିବେଶ ଭିତରେ ଯୋଗ କରିବାର ନିଆରା ଅନଭୂତି ମଧୢ ସାଉଁଟିବେ। ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାର ଉଦ୍ଘାଟନ ଅବସରରେ ପେଣ୍ଠଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସନ୍ନ ମହାରଣା, ଉପଜିଲ୍ଲାପାଳ ନିର˚ଜନ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।