କୋଭିଡ୍ କଟକଣା: ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ବନ୍ଦ, ଓଡ଼ିଶାର କଶ୍ମୀର ପର୍ଯ୍ୟଟକଶୂନ୍ୟ

ବ୍ରହ୍ବପୁର: କୋଭିଡ଼୍‌ କଟକଣା ଯୋଗୁଁ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ୍‌କୁ ବନ୍ଦ କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳ ଏବେ ପର୍ଯ୍ୟଟକଶୂନ୍ୟ ପାଲଟିଛି।  ଆଉ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଇକୋ ରିଟ୍ରିଟ୍‌କୁ ବନ୍ଦ କରିଦେଇଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଆସିବା ଲାଗି ବାରଣ କରାଯାଇଛି। ତିନିମାସବ୍ୟାପୀ ଏହି ଇକୋ ରିଟ୍ରିଟ୍‌କୁ ଚାଲୁ ରଖିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ୨୦ ଦିନ ପରେ ଇକୋ ରିଟ୍ରିଟ୍‌କୁ ବନ୍ଦ କରିଦିଆଯିବା ପରେ ଦାରିଙ୍ଗବାଡ଼ି ପର୍ଯ୍ୟଟକଶୂନ୍ୟ ହୋଇଯାଇଛି।
ଶୀତ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ପାହାଡ଼, ଝରଣା, ଆଦିବାସୀ ପରମ୍ପରା ଓ ପ୍ରାକୃତିକ ପରିବେଶ ଦେଖିବାକୁ ପର୍ଯ୍ୟଟନ ଋତୁରେ ଦେଶବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବାହାର ରାଜ୍ୟରୁ ଅଧିକ ପର୍ଯ୍ୟଟକ ଆସୁଥିବା ଲକ୍ଷ୍ୟ କରି ରାଜ୍ୟ ସରକାର ଗତବର୍ଷଠୁ ଏଠାରେ ଇକୋ ରିଟ୍ରିଟ୍ ସେଣ୍ଟର୍ ଆରମ୍ଭ କରିଥିଲେ। ହେଲେ ଏହା ଏବେ ବନ୍ଦ ହୋଇଯିବା ଫଳରେ ପର୍ଯ୍ୟଟନ ଶିଳ୍ପ ଉପରେ  ନିର୍ଭର କରୁଥିବା କର୍ମଚାରୀ ଓ ଆଞ୍ଚଳିକ କଳାକାର ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି।  ଗତବର୍ଷ ଠାରୁ କରୋନା କଟକଣା ଯୋଗୁଁ କ୍ଷତି ସହିଥିବା ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ଚଳିତବର୍ଷ ସ୍ବାଭାବିକ ଭାବେ ରୋଜଗାର ଆଶା ରଖିଥିଲେ। କିନ୍ତୁ ଏବେ ପୁଣି ଆଶା ମଉଳି ଯାଇଥିବା କହିଛନ୍ତି।
ସମ୍ବନ୍ଧିତ ଖବର