ରାୟଗଡ଼ା: ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା। ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି। ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ହାର କମ୍ ରହିଛି। ତେଣୁ ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢୀଙ୍କୁ ଶିକ୍ଷାଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି। ରାୟଗଡା ସହର ଉପଖଣ୍ଡ ପିତାମହଲସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ରେ ମୁଖ୍ୟ ଅତିଥି ତଥା ବିଧାୟକ ମକରନ୍ଦ ମୁଦୁଲି ଏହା କହିଛନ୍ତି।
ସେଞ୍ଚୁରିଅନ ୨୦୧୦ ମସିହାରେ ରାୟଗଡାରେ ସ୍ଥାପିତ ହୋଇଥିଲା। ଏହାପରେ ଶିକ୍ଷାନୁଷ୍ଠାନ କିଭଳି ୩୦ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଗତ ୧୩ବର୍ଷ ମଧ୍ୟରେ ସଫଳତାର ଶିର୍ଷୀରେ ପହଞ୍ଚିଛି ତାହା ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ସଭାରେ ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ପି.କେ ଗନ୍ତାୟତ, ବିଦ୍ୟାଳୟ ଅଧ୍ୟକ୍ଷ ରାଧା କ୍ରୀଷ୍ଣା ମହାପାତ୍ର, ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ରଶେଖର ପାତ୍ର, ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/post_attachments/wp-content/uploads/2023/12/Rgda-Centuryan-college-re-cenfest02023-2.jpg)
ଏହି ଅବସରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଓଡ଼ିଆ ସିନେମା ଜଗତର ଜଣାଶୁଣା କଳାକାର ତଥା ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ। ସେ ଡେନ୍ସର ଝଲକ ଦେଖେଇ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମଂରଞ୍ଜନର ଖୁରାକ ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ ୫ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-Centuryan-college-re-cenfest02023-3.jpg)