ମାଲକାନଗିରି ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ମୋ କଲେଜ ଅଭିଯାନ’ର ପରିଚାଳକ ଆକାଶ ଦାସ ନାୟକ ଯୋଗ ଦେଇ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ତଥା ମୋ କଲେଜ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ବାଇଁ ସଭାକୁ ପରିଚାଳନା କରିଥିଲେ। ଏହି ବୈଠକରେ ଚାରୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଯୋଗ ଦେଇଥିଲେ। ମାଲକାନଗିରି କଲେଜର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିବା ସହ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ଭାବେ ଘୋଷଣା କରିବାକୁ ଦାବି କରିଥିଲେ।

Sambad

ମହାବିଦ୍ୟାଳୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ପାଠ ପଢାରେ ମଧ୍ୟ ଭଲ ପ୍ରଦର୍ଶନ କରିଆସୁଛି। ଯାହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୌତମ ନାୟକ, ତପନ କୁମାର ବେହେରା, ଲିଙ୍ଗରାଜ ମିଶ୍ର, ପ୍ରମେୟ ମହାନ୍ତି, ଜାମୂତ ନାୟକ, ପ୍ରଦୀପ ଓରାମ, ନମିତା ଦଣ୍ଡସେନା, ପ୍ରେମରେଖା ଭତ୍ରା, ଲକ୍ଷ୍ମୀ କୁଜୁର, ଲିପ୍ସାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ସିସି ଲେଫ୍ଟେନାଣ୍ଟ ସୁଶାନ୍ତ ମାଝି ଏବଂ ଛାତ୍ରଛାତ୍ରୀ ଅତିଥିମାନଙ୍କୁ ବିଦାୟ ଦେବା ସହ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର