ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଗଲୱାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା: କଳାହାଣ୍ଡିର ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ ଲଦ୍ଦାଖର ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ସହିଦ ୨୦ ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥି ସହିତ ମଂଚ ପକ୍ଷରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚିତ୍ର ଓ ଚୀନର ଜାତୀୟ ପତାକା ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ।

ଜିଲ୍ଲା ସହ ସଂଯୋଜକ ନକୁଳ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତୀୟ ସଦସ୍ୟ ମନୋଜ କୁମାର ନାଏକ, କେନ୍ଦ୍ରୀୟ ସଦସ୍ୟ କୈଶବ ବିହାରୀ, ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜେନ୍ଦ୍ର ଡାକୁଆ, ଜିଲ୍ଲା ସଦସ୍ୟ ପ୍ରତ୍ୟୁଷ କୁମାର ସାହୁ, ନଗର ସମ୍ପର୍କ ପ୍ରମୁଖ ଅବିନାଶ ବେହେରା, ନଗର କୃଷକ ପ୍ରକୋଷ୍ଠ ପ୍ରମୁଖ ଅରିନ୍ଦମ ବେହେରା, ସଦସ୍ୟ ଅଂଶୁମାନ ଜେନା, ରବୀନ୍ଦ୍ର ଛତ୍ରିଆ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଚୀନ ବସ୍ତୁ ସମ୍ପୂର୍ଣ୍ଣ ବର୍ଜ୍ଜନ ପାଇଁ ଆହ୍ଵାନ ଦେଇ ଏହା ହିଁ ବୀର ସହିଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ବନ୍ଧିତ ଖବର