ଭବାନୀପାଟଣା: ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ଜାରି ରହିଛି। ବୁଧବାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରକୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଡୁମେରପଦର ଠାରେ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ଶ୍ରୀ ବେହେରା ଡୁମେରପଦର ପଞ୍ଚାୟତକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିଲେ। କଂଗ୍ରେସର ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ନାଏକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ପୂର୍ବରୁ ଛକି ରହିଥିଲେ। କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ସେହିଭଳି ଦେପୁରରେ ‘ମୋ କଲେଜ୍’ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ ହୋଇଛି। ସେ କାର୍ଡ ବାଣ୍ଟି ଫେରୁଥିଲେ ଭବାନୀପାଟଣା ସଦର ବ୍ଲକ୍ ଦେପୁରରେ ନିକଟରେ ବିଜେପି କର୍ମୀମାନେ କଳାପତାକା ଦେଖାଇ ନାରାବାଜି କରିଥିଲେ।
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼, ଦେପୁରରେ ଆକାଶଙ୍କୁ କଳାପତାକା ପ୍ରଦର୍ଶନ
/sambad/media/post_attachments/wp-content/uploads/2021/11/c669017d-0ac1-4f4f-a686-e9525a0c4f05.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)