ଲକ୍‌ଡାଉନ୍‌ର ଚତୁର୍ଥ ଦିନ, ଜିଲ୍ଲାରେ ୮ମାମଲା ରୁଜୁ, ୮ଗିରଫ

ଗୋଟିଏ ଗାଡି ଜବତ, ୧୬ହଜାର୪ଶହ ଟଙ୍କା ଜରିମାନା ଆଦାୟ, ଭୋକିଲାଙ୍କୁ ପ୍ରଶାସନ ପକ୍ଷରୁ ବଣ୍ଟା ହେବ ରନ୍ଧା ଖାଦ୍ୟ

ବାରିପଦା: କରୋନା ସହିତ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଲଢ଼େଇ ଲକ୍‌ଡାଉନ୍‌ର ୪ର୍ଥ ଦିନରେ ମଧ୍ୟ ଜାରିରହିଛି। ଆଉ ଅସ୍ତ୍ର ସାଜିଛି ସାମାଜିକ ଦୂରତା ଏବଂ ଘର ଭିତରେ ନିଜକୁ ଆବଦ୍ଧ କରି ରଖିବା। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ସାମାଜିକ ଦୂରତାକୁ ପାଳନ କରାଯାଉଥିବା ଦେଖିବାକୁ ମିଳଥିଲା। ସଦରମହକୁମା ବାରିପଦାରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍‌ କର୍ମଚାରୀମାନେ ଯଥେଷ୍ଟ ପରିଶ୍ରମ କରୁଥିବା ପରିଲକ୍ଷିତ ହୋଇଥିଲା। ଜିଲ୍ଲାରେ ନିୟମ ଉଂଲଘନ କରିଥିବା ଅଭିଯୋଗରେ ଆଜି ବିଭିନ୍ନ ଥାନାରେ ୮ଟି ମାମଲା ରୁଜୁ କରାଯାଇଛି। ୮ଜଣଙ୍କୁ ଗିରଫ କରାଯିବା ପରେ ଜାମିନ୍‌ରେ ଛଡ଼ାଯାଇଛି।

ସେହିପରି ମାତ୍ର ଗୋଟିଏ ଗାଡି ଜବତ କରାଯାଇଛି। ଜିଲ୍ଲାରୁ ବେପରୁଆ ଗାଡି ଚାଳକଙ୍କଠାରୁ ୧୬ହଜାର୪୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଥିବା ପୁଲିସ୍‌ ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପି ପରମାର୍‌ ସୂଚନା ଦେଇଛନ୍ତି। ଆସନ୍ତାକାଲି କିମ୍ବା ସୋମବାରଠାରୁ ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ସମେତ ବ୍ଲକ୍‌ ମୁଖ୍ୟାଳୟରେ ଭୋକିଲା, ନିରାଶ୍ରୟ ଏବଂ ଗରୀବ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା ଆରମ୍ଭ ହେବାନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର