ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ଘଟଣାରେ ୮ ବିଜେପି କର୍ମୀ ଗିରଫ

ଭଦ୍ରକ: ଓବିସି ସରଂକ୍ଷଣ ଦାବିରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିଜେପି କର୍ମୀମାନେ ଭଙ୍ଗାରୁଜା କରିବା ଘଟଣାରେ ଆଜି ଭଦ୍ରକ ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଇ ଭଙ୍ଗାରୁଜା ଘଟଣାରେ ଗତକାଲି ଟାଉନ ପୁଲିସ ପକ୍ଷରୁ ୭/୨୨ରେ ମାମଲା ରୁଜୁ କରାଯାଇଥିଲା। ସିସି ଟିଭିର ଫୁଟେଜକୁ ଆଧାର ପୁଲିସ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା। ଗତକାଲିର ଏଇ ଗଣ୍ଡଗୋଳ ଓ ଭଙ୍ଗାରୁଜା ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିଲେ। ପୁଲିସ ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ହୋଇଥିବା ୮ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଭଦ୍ରକର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଯେଉଁ ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ହୋଇଥିଲେ, ସେମାନଙ୍କ ଜାମିନ୍ ଆବେଦନ ଖାରଜ୍ ହେବାରୁ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତିକାଲିର ଘଟଣାରେ ପରେ ପୁଲିସ ଚାପରେ ଥିଲେ। ପୁଲିସର ଗୋଇନ୍ଦା ରିପୋର୍ଟ ଫେଲ୍ ହେବା ଯୋଗୁଁ ହିଁ ବିଜେପି କର୍ମୀମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଏଭଳି ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର