ଉତ୍ତରାଖଣ୍ଡରେ ଫସିଛନ୍ତି ଗଞ୍ଜାମର ୮ ଜଣ ଶ୍ରମିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ୮ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ଉତ୍ତରଖଣ୍ଡର ତେହେରୀ ଜିଲ୍ଲାରେ ଫସି ରହିଛନ୍ତି। ସେମାନଙ୍କ ନିକଟରେ ଥିବା ଟଙ୍କା ପଇସା ସରିଯାଇଛି। ସ୍ଥାନୀୟ ଗ୍ରାମବାସଙ୍କ ଠାରୁ କିଛି ଦିନ ମାଗି ଯାଚି ଖଇବା ପରେ ଗତ ଦୁଇଦିନ ହେଲା ଭୋକଉପାସରେ ରହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଟ୍ରେନ ଓ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ସେମାନେ ସେଠାରୁ ଫେରିପାରୁନାହାନ୍ତି। ରାଜ୍ୟ ସରକାର ସେମାନଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶା ଆଣିବା ଲାଗି ବ୍ୟବସ୍ଥା କରିବା ଲାଗି ୮ଜଣ ଦାଦନ ଶ୍ରମିକ ଭିଡ଼ିଓ ଜାରି କରି ନିବେଦନ କରିଛନ୍ତି।
ପାତ୍ରପୁର ବ୍ଲକ ଖନିପଡ଼ା ପଞ୍ଚାୟତ ଆମୁଣ୍ଡି ଗାଁର ବାବୁଲା ବେହେରା, ଉଦୟ ବେହେରା, ସନ୍ତୋଷ ବେହେରା, ଆନନ୍ଦ ବେହେରା, ପ୍ରକାଶ ବେହେରା, ପ୍ରତାପ ବେହେରା, ରବି ଓ ବୀର ନାମକ ୮ଜଣ ଯୁବକ ଗତ ନଭେମ୍ବର ମାସରେ ଉତ୍ତରାଖଣ୍ଡର ତେହେରି ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କୁଲି କାମ କରୁଥିଲେ। ମାର୍ଚ୍ଚ ୨୨ ଲକ୍‌ଡାଉନ୍‌ ପର ଠାରୁ କାମ ବନ୍ଦ ହୋଇଯାଇଥିବା ସେଠାରେ ବସି ରହିଛନ୍ତି। କାମ କରୁଥିବା ସଂସ୍ଥା କିଛି ଦିନ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲା। ବର୍ତ୍ତମାନ ଆଉ ଉକ୍ତ ସଂସ୍ଥା ଆଉ ଦେଉନାହିଁ। ସ୍ଥାନୀୟ ଗ୍ରାମବାସୀ ବି କିଛି ଦିନ ଖାଇବାକୁ ଦେଇଥିଲେ। ଏବେ ସେମାନଙ୍କ ପାଖରେ ଥିବା ଟଙ୍କା ସରିଯାଇଥିବା ବେଳେ ଫେରିବା ଲାଗି ବି ଅର୍ଥ ନାହିଁ। ସେଠାରେ ଏହି ୮ ଶ୍ରମିକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।  ଉଦ୍ଧାର କରିବା ଲାଗି ସେମାନେ ନିବେଦେନ କରିଛନ୍ତି।
ସମ୍ବନ୍ଧିତ ଖବର