ପିକଅପ୍‌ ଓଲଟି ୮ ଜଣ ଆହତ, ୩ ଗୁରୁତର

କଣ୍ଟାବାଞ୍ଜି: ବିବାହ ପରେ ଝିଅକୁ କନ୍ୟା ପିତା ତରଫରୁ ଦିଆଯାଇଥିବା ନିତ୍ୟ ବ୍ୟବହାର ସାମଗ୍ରୀ ଛାଡ଼ିବାକୁ ଯାଇଥିବା ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିକଟ କରଲାବାହାଲି ଗାଁରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ଲୋକ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁରତ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁକେରଚରାର ଝିଅ କଣ୍ଟାବାଞ୍ଜି ଅନ୍ତର୍ଗତ କରଲାବାହାଳି ଗାଁରେ ଗୁରୁବାର ଦିନ ବିବାହ ହୋଇଥିଲା। ତେବେ ଆଜି ଝିଅ ଘର ଲୋକ କରଲାବାହାଳି ଗାଁକୁ ପିକଅପ୍‌ ଗାଡ଼ିରେ କିଛି ଜିନିଷ ନେଇ ଯାଉଥିବା ସମୟରେ ଚନାବାହାଲ ଗାଁ ଛକ ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପିକଅପ୍‌ରେ ମୋଟ ୧୭ ଜଣ ବସିଥିଲେ। ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହା ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଥିବା ବେଳେ ୮ ଜଣଙ୍କୁ ଆହତ ଅବସ୍ଥାରେରେ ୧୦୮ ଆମ୍ବୁଲାନ୍‌ସରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତମାନେ ସମସ୍ତେ କରଲାବାହାଳି ଗାଁର ଲୋକ। ୮ ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ କହିବା ଅନୁଯାୟୀ କିଛି ଲୋକଙ୍କ ଛାତିରେ ମାଡ଼ ହୋଇଥିବା ବେଳେ କିଛିଙ୍କର ଗୋଡ଼-ହାତରେ ମାଡ଼ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସାଲାଇନ ଲଗା ଯାଇଛି।

ସମ୍ବନ୍ଧିତ ଖବର