ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘରର ଅଷ୍ଟମ ବାର୍ଷିକ ଉତ୍ସବ

ମାଲକାନଗିରି: ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘରର ୮ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାହିତ୍ୟ ଘରର ସଭାପତି ଡଃ. ରଂଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡାରଵିନ ମହାବିଦ୍ୟାଳୟର ଅଧ୍ୟାପକ ନିରଞ୍ଜନ ସ୍ବାଇଁ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସ, ଶିକ୍ଷାବିତ ରବୀନ୍ଦ୍ର କୁମାର ମହାରଣା,ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା, ସଂପାଦକ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରମୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଖେମୁଡୁ ଉପସ୍ଥିତ ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ‘ସମ୍ବାଦ’ ସାହିତ୍ୟ ଘରର ଏହି କଳ୍ପନାକୁ ଭୃୟସୀ ପ୍ରଶଂସା କରିଥିଲେ। ‘ସମ୍ବାଦ’ ସାହିତ୍ୟ ଘରର ଏହି ଆନ୍ଦୋଳନ ଆଗକୁ ବ୍ୟାପକ ରୂପ ନେବା ସହ ଭାଷା ଓ ଓଡିଆ ଜାତି ପାଇଁ ଏକ ମାଇଲ ଖୁଣ୍ଟ ହେବ ଏଥିରେ ଦ୍ବିମତ ନୁହେଁ। ସମସ୍ତଙ୍କୁ ପ୍ରତିଦିନ ବହି ପଢିବା ଉଚିତ ବୋଲି କହିଥିଲେ। ପଢିବା ପାଇଁ କୌଣସି ବୟସ ସୀମା ନଥାଏ ବୋଲି ମୁଖ୍ୟ ଅତିଥି କହିଥିଲେ। ଜ୍ଞାନ ଆରୋହଣ କରିବାକୁ ହେଲେ ସମୟ କାଢି ବିଭିନ୍ନ ବହି ପଢିଲେ ହିଁ ନିଜର ଲେଖାରେ ସୁନ୍ଦରତା ଆସିଥାଏ।

ମୁଖ୍ୟବକ୍ତା ଶ୍ରୀ ସ୍ବାଇଁ ସାହିତ୍ୟର ଗଭୀର ତାତ୍ପର୍ଯ୍ୟ ସଂପର୍କରେ ବଖାଣିଥିଲେ।ସଭାପତି ଶ୍ରୀ ସ୍ବାଇଁ ସାହିତ୍ୟ ଘରର ଏଭଳି ପରିକଳ୍ପନା କେବଳ ସୌମ୍ୟ ରଂଜନ ପଟନାୟକ ହିଁ କରିପାରିବେ ବୋଲି କହିଥିଲେ। ସାହିତ୍ୟକୁ ଭଲ ପାଉଥିବା ଲୋକ ହିଁ ଏହି କାର୍ଯ୍ୟମରେ ଭାଗ ନେଇ ନିଜର ସାହିତ୍ୟକୁ ଆହୁରି ଗଭିରତା ଦେଇପାରିବ। ଏହି ଅବସରରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର କବିମାନେ ନିଜ ନିଜର ସୁରଚିତ କବିତା ପାଠ କରିଥିଲେ। କବିତା ଗୁଡିକର ସଂଯୋଜନା କରିଥିଲେ କବି ଦିନବନ୍ଧୁ ବେଜ, ପ୍ରତିମା ନାୟକ ଏବଂ ଅଙ୍ଗୁରବାଳା ସ୍ବାଇଁ। ଆଗାମୀ ଦିନରେ ମଧ୍ୟ ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଜିଲ୍ଲାରେ ସାହିତ୍ୟକୁ ଆହୁରି ବିସ୍ତାର କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଲେଖ କୁମାର ପାତ୍ର, ଲମ୍ବୋଦର ରାଉତ, ମୋହନ କୁମାର ବିଳାସ, ଉପେନ୍ଦ୍ର କୁମାର ନାୟକ, ପ୍ରତିମା ନାୟକ, ଶ୍ରୀଧର ସାହୁ, ଆଭାରାଣୀ ବିଶ୍ବାଳ, ଗଣେଶ ଚନ୍ଦ୍ର ଜେନା, ରଜନ୍ତିକାନ୍ତ ନାୟକ, ବିଚିତ୍ରାନନ୍ଦ ରାଉତ, ପଙ୍କଜ କୁମାର ନାୟକ, ବେଣୁପାଣୀ ଖାଡେଙ୍ଗା, ଭାରତୀ ଦେବୀ, ଉଭୟ କୁମାର ମଲ୍ଲିକ, ସଂଯୁକ୍ତା ନାୟକ, ଗୁଣନିଧି ଲାବଲା, ଦିନବନ୍ଧୁ ବେଜ, ଅଙ୍ଗୁରବାଳା ସ୍ବାଇଁ, ପ୍ରଦୀପ ଓରାମ, ଦେବରାଜ ସାହୁ, ମୋହନ ରାଓ, ରବୀନ୍ଦ୍ର କୁମାର ମହାରଣା, ନିରଞ୍ଜନ ସ୍ବାଇଁ, ଦେବ ପ୍ରସାଦ ଦାସ, ତପନ କୁମାର ବେହେରା, ପ୍ରମୋଦ କୁମାର ପଣ୍ଡା, ଯୋଗେନ୍ଦ୍ର ନାଥ ସାହୁ, ଉପେନ୍ଦ୍ର କୁମାର, ଲଡୁକିଶୋର ବେହେରା, କବୀର ମୋହନ ବେହେରା, ଜୟଦେବ ରାଉଳ, ରଞ୍ଜିତ ନାୟକ, ରମେଶ ଚନ୍ଦ୍ର ମଲ୍ଲ, ସବିତା ମୁଦୁଲି, ଦିପ୍ତିରେଖା ମିଶ୍ର, ଉମେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର