୮୫ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୁଦୁଲିପଡା ପୁଲିସ ଚଢାଉ କରି ୮୫ ଲିଟର ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମୁଦୁଲିପଡା ଥାନା ଅଧିକାରୀଙ୍କ ନେତୃତ୍ବରେ ଖଇରପୁଟର କୁମ୍ଭାର ସାହିରେ ବାସ କରୁଥିବା ଜଜ୍‌ମିନ କାନ୍ତ ଶଗରିଆଙ୍କ ଘରେ ଚଢାଉ କରିଥିଲେ।

ଏହି ଚଢାଉରେ ଶଗରିଆ ଘରେ ରଖିଥିବା ବିଭିନ୍ନ ବିଦେଶୀ ମଦକୁ ଜବତ କରାଯାଇଥିଲା। ଯାହାର ପରିମାଣ ୮୫ ଲିଟର ମଦ ହୋଇଥିଲା। ପୁଲିସ ଜଜ୍‌ମିନ କାନ୍ତ ଶଗରିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର