ସାନ ଭାଇର ବେଲଣା କାଠି ମାଡ଼ର ବଡ଼ର ମୁଣ୍ଡ ଫାଟିଲା 

ବାମରା: ସାନ ଭାଇର ବେଲଣା କାଠି ମାଡ଼ରେ ବଡ଼ ଭାଇର ମୁଣ୍ଡ ଫାଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଗୁର୍ଲା ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ଗୁର୍ଲା ଗ୍ରାମର ଖଗେଶ୍ୱର ପଟେଲଙ୍କ ବଡ଼ ପୁଅ କୃଷ୍ଣ(୨୬) ଓ ସାନ ପୁଅ ଶିବୁ(୨୧)ଙ୍କ ମଧ୍ୟରେ ଗତ କିଛି ଦିନ ଧରି କୌଣସି କଥାକୁ ନେଇ ତିକ୍ତତା ଲାଗି ରହିଥିଲା। ବୁଧବାର ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାନ ଭାଇ ଶିବୁ ଏକ ବେଲଣା କାଠିରେ ବଡ଼ ଭାଇ କୃଷ୍ଣଙ୍କୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍‌ସରେ ବାମରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଠିକ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଗୋବିନ୍ଦପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର