ବାଲିଆପାଳ: ସ୍ବାର୍ଥପର ଦୁନିଆରେ ସଂପର୍କ ତୁଚ୍ଛ ମନେ ହେଉଛି। ଜମିବାଡ଼ିକୁ କେନ୍ଦ୍ରକରି ସାନଭାଇର ଠେଙ୍ଗା ମାଡରେ ବଡଭାଇଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଭେଲପୁରା ଗ୍ରାମରେ ଏହି ଅଘଟଣ ଘଟିଛି। ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି। ମୃତକ ହେଲେ ମୃତ୍ୟୁଞ୍ଜୟ ପ୍ରଧାନ।
ସୂଚନା ଅନୁସାରେ ଜମିଜମା ବିବାଦକୁ କେନ୍ଦ୍ର କରି ବଡଭାଇକୁ ସାନଭାଇ ମାରଣାନ୍ତକ ଆକ୍ରମଣ କରିଛି। ଭେଲପୁରା ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ରତ୍ନାକର ପ୍ରଧାନ ମଧ୍ୟରେ ଦୀର୍ଘଦିନ ଧରି ଜମିଜମାକୁ ନେଇ ଗଣ୍ତଗୋଳ ଲାଗି ରହିଥିଲା। ଆଜି ଏହାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଗଣ୍ତଗୋଳ ଉଗ୍ରରୂପ ନେଇଥିଲା। ସାନଭାଇ ରତ୍ନାକର ବଡଭାଇକୁ ଠେଙ୍ଗାରେ ଆକ୍ରମଣ କରିଥିଲା। ବଡଭାଇକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବଡଭାଇର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ସାନଭାଇ ମୃତ୍ୟୁଞ୍ଜୟ ବାଲିଆପାଳ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/9de973d9-8761-4618-be10-f5a71d969b8c.jpg)